ଲୋକସଭା ନିର୍ବାଚନ ୨୦୨୪ : ଇନ୍ଦୋରରେ NOTA ରେ ରେକର୍ଡ, ଭୋଟରଙ୍କୁ ପସନ୍ଦ ଆସିଲେନି ପ୍ରାର୍ଥୀ

ମଧ୍ୟପ୍ରଦେଶ ଇନ୍ଦୋରରେ ଲୋକସଭା ଆସନରେ କିଛି ଅଲଗା ଦେଖିବାକୁ ମିଳିଛି । ଏଠାରେ ଭୋଟର ରାଜନୈତିକ ଦଳ ପାଇଁ ଆକ୍ରୋଶ ଦେଖାଇଛନ୍ତି । ଇନ୍ଦୋରରେ ନୋଟା ଭୋଟ ୧,୨୭,୨୭୭ ମିଳିଛି । ଇନ୍ଦୋର ପୂର୍ବରୁ ନୋଟାରେ ସବୁଠାରୁ ଅଧିକ ଭୋଟ ୨୦୧୯ରେ ବିହାରର ଗୋପାଳଗଞ୍ଜରେ ଥିଲା । ଏଠାରେ ୫୧,୬୬୦ ଭୋଟର ନୋଟାରେ ଭୋଟ ଦେଇଥିଲେ ।

ବିଜେପି ଶଙ୍କର ଲାଲବାନୀ ଆଗୁଆ ଥିବା ବେଳେ ବହୁଜନ ସମାଜ ପାର୍ଟିର ସଂଜୟ ୩୩,୯୨୧ ଭୋଟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅଖିଳ ଭାରତୀୟ ପରିବାର ପାର୍ଟି ପବନ କୁମାର ୧୦, ୦୫୯ ଭୋଟରେ ତୃତୀୟ ସ୍ଥାନରେ ରହିଛନ୍ତି । ଇନ୍ଦୋର ନିର୍ବାଚନରେ କଂଗ୍ରେସ ପଛୁଆ ରହିଛି ।

ଯେଉଁମାନେ କୌଣସି ଦଳ କିମ୍ବା ପ୍ରାର୍ଥୀଙ୍କୁ ପସନ୍ଦ କରୁନାହାନ୍ତି, କିନ୍ତୁ ଯେଉଁମାନେ ଭୋଟ ଦେବାକୁ ଚାହୁଁନଥିଲେ, ସେମାନେ ଇଭିଏମରେ ନୋଟାରେ ବିକଳ୍ପ ବାଛିଥିଲେ । ନୋଟା ଅର୍ଥ ନିର୍ବାଚନ ଲଢୁଥିବା କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରନ୍ତି ନାହିଁ ।