ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ସେପ୍ଟେମ୍ବର ୩ରେ ହେବ ନିର୍ବାଚନ

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ସେପଟେମ୍ବର ୩ ତାରିଖରେ ଓଡ଼ିଶାର ଗୋଟିଏ ଆସନ ସମେତ ୯ ରାଜ୍ୟର ୧୨ ଆସନରେ ହେବ ଉପନିର୍ବାଚନ । ଓଡ଼ିଶାରେ ଗୋଟିଏ ସିଟ୍ ପାଇଁ ନିର୍ବାଚନ ହେବ। ମମତା ମହନ୍ତ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଗୋଟିଏ ଆସନ ଖାଲି ପଡ଼ିଛି । ଏହି ଆସନରେ ଊପନିର୍ବାଚନ ହେବ ।

ଅଗଷ୍ଟ ୧୪ରୁ ନାମାଙ୍କନ ଆରମ୍ଭ ହୋଇ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୭ ତାରିଖ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ସେପ୍ଟେମ୍ବର ୩ ତାରିଖରେ ହେବ ନିର୍ବାଚନ । ୯ ରାଜ୍ୟର ୧୨ଟି ରାଜ୍ୟସଭା ଆସନ ଖାଲି ପଡ଼ିଛି । ଓଡ଼ିଶା, ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତ୍ରିପୁରା, ବିହାର, ହରିଆଣା, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ନିର୍ବାଚନ ହେବ ।

ହରିୟାଣା, ଆସାମ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଓଡିଶାରେ ବିଜେପି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ରହିଛି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ସର୍ବାନନ୍ଦ ସୋନେଓ୍ଵାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦୀପେନ୍ଦ୍ର ହୁଡ୍ଡା, ମିସା ଭାରତୀ, ବିପ୍ଳକ କୁମାର ଦେବ, କେସି ବେଣୁଗୋପାଳ ସହିତ ଅନ୍ୟ ସଦସ୍ୟ ଲୋକସଭା ପାଇଁ ଚୟନ ହେବା ଯୋଗୁଁ ରାଜ୍ୟସଭାରେ ସିଟ୍‌ ଖାଲି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.