ନୂଆଦିଲ୍ଲୀ : ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା । ଚଳିତବର୍ଷ ତିନି ଜଣ ବୈଜ୍ଞାନିକଙ୍କୁ ପ୍ରଦାନ କରାଯିବ ନୋବେଲ । ରସାୟନ ବିଜ୍ଞାନରେ ଉଲ୍ଲେଖନୀୟ ଅବାଦାନ ପାଇଁ ଆମେରିକାର ଫ୍ରାନ୍ସେସ୍ ଏଚ୍. ଆରନୋଲ୍ଡ, ଜର୍ଜ ପି. ସ୍ମିଥ୍ ଓ ବ୍ରିଟିଶର ଗ୍ରିଗୋରି ପି. ୱିଣ୍ଟର । ନୂଆ ଏଞ୍ଜାଇମ୍ସ ଉଦ୍ଭାବନ ଓ ଆଣ୍ଟିବଡିଜ୍ ଉଦ୍ଭାବନ ପାଇଁ ଏହି ତିନିଜଣ ନୋବେଲ୍ ପୁରସ୍କାର ପାଇବେ । ରୟାଲ ସ୍ୱିଡିସ୍ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି । ପୁରସ୍କାର ରାଶିର ଅର୍ଦ୍ଧେକ ପାଇବେ ଫ୍ରାନସେସ୍ ଏଚ୍. ଆରନୋଲ୍ଡ । ଆର ଅର୍ଦ୍ଧେକକୁ ଅନ୍ୟ ଦୁଇ ଜଣ ବାଣ୍ଟି ନେବେ ।
You might also like