ଭାରତରେ ‘ନୋଭାଭାକ୍ସ’କୁ ମିଳିଲା ମଞ୍ଜୁରୀ, ୧୨-୧୮ ବର୍ଷର ପିଲାଙ୍କୁ ଦିଆଯିବ ଏହି ଟିକା

ଆସିଲା କରୋନା ସହ ଲଢ଼ିବାକୁ ଆଉ ଏକ ଟିକା। ଏବେ ମହାମାରୀ ବିରୋଧରେ ଯୁଦ୍ଧ ଆହୁରି ଜୋରଦାର ହେବ। ମଙ୍ଗଳବାର ନୋଭାଭାକ୍ସ (Novavax) ଓ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଭାରତରେ ୧୨ରୁ ୧୮ ବର୍ଷ ବୟସର କିଶୋରଙ୍କ ପାଇଁ କରୋନା ଭ୍ୟାକ୍ସିନ୍‌ର ପ୍ରଥମ ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ଦେଇଛି। ବାୟୋଟେକ୍ନୋଲୋଜି କମ୍ପାନୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ନୋଭାଭାକ୍ସର ଏହି ଟିକାର ନାଁ ହେଉଛି NVX-CoV2373। ଭାରତରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (SII) ଏହି ଟିକାକୁ ତିଆରି କରୁଛି। ଏହା କୋଭୋଭାକ୍ସ (Covovax) ବ୍ରାଣ୍ଡ ନାଁରେ ନାମିତ ହୋଇଛି।

କୋଭୋଭାକ୍ସ ଏବେ ଦେଶରେ ଚତୁର୍ଥ ଟିକା ଭାବେ ୧୨ରୁ ବଡ଼ ବୟସ୍କ ପିଲାଙ୍କୁ ଦିଆଯିବ। ଏହା ପୂର୍ବରୁ ଭାରତରେ ବାୟୋଲୋଜିକାଲ ଇର କୋର୍ବେଭ୍ୟାକ୍ସ, ଜାଇଡସ୍‌ କେଡିଲାର ZyCoV-D  ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଟିକା ୧୨ରୁ ବଡ଼ ବୟସର ପିଲାଙ୍କୁ ଦେବାକୁ ଅନୁମତି ମିଳିଥିଲା।

ନୋଭାଭାକ୍ସର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଷ୍ଟେନ୍‌ଲି ସି ଏର୍କ କହିଛନ୍ତି, ଆମର ଏହି ଟିକା ୧୨ରୁ ବଡ଼ ବୟସର କିଶୋର କିଶୋରୀଙ୍କ ପାଇଁ ପ୍ରଭାବଶାଳୀ ହେବ। ଏହା ଏକ ବିକଳ୍ପ ପ୍ରୋଟିନ୍‌ ଆଧାରିତ ଟିକା, ଯାହା କରୋନା ଦାଉରୁ ପିଲାଙ୍କୁ ରକ୍ଷା କରିବ।

You might also like