ଦେଶ ବିଦେଶ

ଏଲନ ମସ୍କଙ୍କଠାରୁ ଛଡ଼ାଇ ନେଲେ ନମ୍ବର ୧ର ମୁକୁଟ; ଏବେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ, ତୃତୀୟରେ ଗୌତମ ଅଦାନୀ

ବିଶ୍ୱର ଟପ୍‌-୧୦ ଅରବପତି ତାଲିକାରେ ସବୁଠାରୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏବେ ଏଲନ ମସ୍କ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ନାହାନ୍ତି, ବରଂ ସେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ଫ୍ରାନ୍ସର ଖ୍ୟାତନାମା ବ୍ୟବସାୟୀ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ ଧନ ତାଲିକାରେ ମସ୍କଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଛନ୍ତି। ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ ୧୮୬.୫ ଅରବ ଡଲାରର ନେଟ୍‌ଓ୍ଵାର୍ଥ ସହିତ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି।

Forbesର ରିୟଲ ଟାଇମ୍‌ ବିଲେନିୟର୍ସ ଇଣ୍ଡେକ୍ସ ମୁତାବକ, ଲମ୍ବା ସମୟରୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଭାବରେ ନିଜର ପରିଚୟ ବଜାୟ ରଖି ଆସିଥିବା ଏଲନ ମସ୍କଙ୍କ ସମ୍ପତ୍ତି ବର୍ତ୍ତମାନ ହ୍ରାସ ପାଇଛି। ତେଣୁ ସେ ୧ ନମ୍ବରରୁ ଖସି ୨ ନମ୍ବରରେ ରହିଛନ୍ତି। ଏଲନ ମସ୍କଙ୍କ ନେଟ୍‌ଓ୍ଵାର୍ଥ ୧୮୧.୩ ଅରବ ଡଲାର ହୋଇଛି। ଯଦିଓ ମସ୍କ ଓ ଅର୍ଣ୍ଣାଲ୍ଟଙ୍କ ମଧ୍ୟରେ ଅଧିକ ଦୂରତା ନାହିଁ। ଉଭୟଙ୍କ ସମ୍ପତ୍ତି ମଧ୍ୟରେ ପାଖାପାଖି ୫.୨ ଅରବ ଡଲାରର ବ୍ୟବଧାନ ରହିଛି।

ସୂଚନାଥାଉ କି, ଇଲେକ୍ଟ୍ରିକ୍‌ କାର୍‌ ନିର୍ମାଣକାରୀ ସବୁଠାରୁ ବଡ଼ କମ୍ପାନୀ ଟେସ୍‌ଲାର ସିଇଓ ଏଲନ ମସ୍କ ୨୦୨୧ରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିଲେ। ସେ ଆମାଜନର ଜେଫ୍‌ ବେଜୋସ୍‌ଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଥିଲେ।

ସେପଟେ ଟପ୍‌-୧୦ ଅରବପତି ତାଲିକାରେ ଦୁଇ ଭାରତୀୟ ଉଦ୍ଦ୍ୟୋଗପତି ନିଜର ଦବ୍‌ଦବା କାଏମ୍‌ ରଖିଛନ୍ତି। ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଅଦାନୀ ୧୩୪.୬ ଅରବ ଡଲାର ସହିତ ଦୁନିଆର ଧନୀ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଭାରତୀୟ ଉଦ୍ଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀ ୯୨.୮ ଅରବ ଡଲାର ସହିତ ୮ମ ସ୍ଥାନରେ ରହିଛନ୍ତି।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

20 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

22 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago