ବୟସ୍କଙ୍କ ପାଇଁ  କାଳ ସାଜିଛି କରୋନା, ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟାରେ ମୃୃତ୍ୟୁ ବରଣ  କରିଛନ୍ତି ୫୦ ପ୍ରତିଶତ ବୃଦ୍ଧ

ଦିନକୁ ଦିନ ବଢିଚାଲିଛି  କରୋନା ସଂକ୍ରମିତଙ୍କ  ସଂଖ୍ୟା । ଏମିତିକି କୋଭିଡର ନୂଆ  ଭାରିଏଣ୍ଟ ଆସିବା ପରେ ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ  ଚିନ୍ତାର କାରଣ  ପାଲଟିଛି । ଏବେ ସବୁଠାରୁ  ଚିନ୍ତାଜନକ  ବିଷୟ ହେଉଛି ଯେ ଛୋଟ ଛୁଆ ଓ ବୟସ୍କ ଅଧିକ ପ୍ରଭାବିତ ହେଉଛନ୍ତି । କ୍ୟାପିଟାଲ ଦିଲ୍ଲୀର  ଅବସ୍ଥା ମଧ୍ୟ ଏବେ ସାଙ୍ଗାତିକ । କୋଭିଡ ବର୍ତ୍ତମାନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଏକ ରିପୋର୍ଟରୁ ଜଣା ପଡ଼ିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଅଧିକ ପ୍ରଭାବିତ ହୋଇଛନ୍ତି ବୃଦ୍ଧ ଓ ଶିଶୁ ।ଏମିତିକି ଦିଲ୍ଲୀରେ ବର୍ତ୍ତମାନ ଅଧିକରୁ ଅଧିକ ବୟସ୍କ ଲୋକଙ୍କ ଜୀବନ ନେଇଛି କରୋନ। ଯେଉଁଥିରୁ କେବଳ ୨୫ ଜଣ ଲୋକ ୬୦ ବର୍ଷରୁ ଅଧିକ ଥିଲେ। ଅନ୍ୟ ଏକ ରିପୋର୍ଟ ଅନୁସାରେ କୋଭିଡ୍‌ ପାଇଁ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୨୮ଜଣ ପୁରୁଷ ଥିବା ବେଳେ ୧୮ ଜଣ ମହିଳା ଅଛନ୍ତି।

ପୁଣି ଆଉ ଏକ ଚିନ୍ତାଜନକ କାରଣ ହେଉଛି ଟୋଟାଲ ୪୬ ଜଣଙ୍କ ମୃତ୍ୟୁ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ସଂକ୍ରମଣ ହୋଇଥିବା ଲୋକମାନେ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ବରଣ କରିଛନ୍ତି। ପୁଣି ଅନ୍ୟ ୨୩ ଜଣ ସେହିଦିନ ମୃତ୍ୟୁ ବରଣ କରିଥିଲେ ଯେଉଁଦିନ ସେମାନେ କୋଭିଡ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ   । ତେବେ ବର୍ତ୍ତମାନ ଯେଉଁ ନୂଆ ଭାରିଏଣ୍ଟ ଆସିଛି ଏହା ଅଧିକ ଲୋକଙ୍କୁ  ଜଲ୍ଦି ସଂକ୍ରମଣ କରାଇବା ସହିତ କିଛି ଲୋକଙ୍କର ଜୀବନ ମଧ୍ୟ ନେଲାଣି । ଗତ ପାଞ୍ଚ ଦିନ ଭିତରେ ପ୍ରାୟ ୪୬ ଜଣଙ୍କର ମୃତ୍ୟୁ ହୋଇଛି ରାଜଧାନୀ  ଦିଲ୍ଲୀରେ ପୁଣି ଏଥିରେ ଅଧିକ ଅଛନ୍ତି ବୃଦ୍ଧ ଲୋକେ । ତେଣୁ ଏଥିପାଇଁ ଦିଲ୍ଲୀ  ସରକାର ମଧ୍ୟ ଅନେକ ଗାଇଡଲାଇନ ଲାଗୁ କରିଛନ୍ତି ।