ମୃତ ବ୍ୟକ୍ତି ଏବେ ବଞ୍ଚିବ, ନିଜ ପ୍ରୋଜେକ୍ଟକୁ ନେଇ ଅଷ୍ଟ୍ରେଲିଅ କମ୍ପାନୀର ଦାବି

ଦିନକୁ ଦିନ ବିଜ୍ଞାନ ଅଗ୍ରଗତି କରିବାରେ ଲାଗିଛି । ଆଉ ଏହି ଅଗ୍ରଗତି ଦିନକୁ ଦିନ ନୂଆ ଉଦ୍ଭାବନା ସାମନାକୁ ଆଣିବାରେ ଲାଗିଛି । ତଥାପି ବିଜ୍ଞାନ ଏତେ ଆଗକୁ ଯାଇପାରିନି କି ଯେଉଁଠି ମୃତକ ଜଣକ ବଞ୍ଚିଯାଇପାରିବ । ମୃତ୍ୟୁ ପରେ ପୂନର୍ଜୀବନ ପାଇବା ଅସମ୍ଭବ ମନେ ହୁଏ । କିନ୍ତୁ ଏବେ ଏକ ଦାବି ହେଉଛି କି ମୃତ୍ୟୁ ପରେ ବି ବ୍ୟକ୍ତିଙ୍କୁ ଜିବୀତ କରାଯାଇପାରିବ । ଜାଣିବା ଏହା କିଭଳି ଅଦ୍ଭୁତ ଦାବି ।

ବର୍ତ୍ତମାନ ଏକ ଅଷ୍ଟ୍ରେଲିଅ କମ୍ପାନୀ ଦାବି କରିଛି କି ମୃତ ବ୍ୟକ୍ତିଙ୍କୁ ଜୀବିତ କରାଯାଇପାରିବ ତାହା ପୁଣି ମୃତ ଦେହକୁ ବରଫରେ ପୋତାଯାଇ । ଏକ ରିପୋର୍ଟ ଅନୁଯାୟୀ ଅଷ୍ଟେଲିଅ କମ୍ପାନୀ ସାଉଥ କ୍ରିଓନିକ୍ସର ମୁଖ୍ୟାଳୟ ସିଡନୀରେ ରହିଛି । ସେମାନେ ସେଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଥିବା ହାଇବ୍ରୋକୋ ସେମାନଙ୍କର ହାଇଟେକ ସୁବିଧା ସ୍ଥାପନ କରିଛନ୍ତି । କମ୍ପାନୀ ଦାବି କରିଛି ଯେ ଏହା ମାନବର ମୃତ ଶରୀରକୁ ୨୦୦ଡିଗ୍ରୀ ସେଲସିୟସ ତାପମାତ୍ରାରେ ସମାଧି ଦେବ । ଯାହା ପରେ ମୃତ ବ୍ୟକ୍ତି ଜିଁ ଉଠିବ । ଯାହା ନିହାତି ଭାବେ ଅବିଶ୍ୱସନୀୟ ।

ତେବେ ଏହି ପ୍ରୋଜେକ୍ଟରେ କେତେ ଖର୍ଚ୍ଚ ହେବ ତାହା ମଧ୍ୟ ଉଲ୍ଲେଖ ରହିଛି । ରିପୋର୍ଟ ଅନୁଯାୟୀ ମୃତଦେହକୁ ବରଫରେ ପୋତି ଦେବା ପାଇଁ କମ୍ପାନୀ ଗ୍ରାହକଙ୍କଠାରୁ ୧ କୋଟିରୁ ଅଧିକ ଟଙ୍କା ଆଦାୟ କରିବ । ମୃତ ଶରୀରକୁ ମାଇନସ ୨୦୦ଡିଗ୍ରୀ ତାପମାତ୍ରାରେ ତରଳ ନାଇଟ୍ରୋଜେନରେ ଏକ ଇସ୍ପାତ ଚାମ୍ବର ଭିତରେ ପୋତି ଦିଆଯିବ । ଶରୀରକୁ ଓଲଟା ଇସ୍ପାତ ଚାମ୍ବରରେ ରଖାଯିବ । ଯେମିତିକି ମୁଣ୍ଡ ତଳକୁ ଏବଂ ପାଦ ଉପରକୁ ରହିବ । ଏହା କରାଯିବା ଦ୍ୱାରା ଯଦି ବି ଚାମ୍ବରର କୌଣସି ଜାଗାରେ ବି ଲିକ ହୁଏ ତଥାପି ମସ୍ତିଷ୍କ ବିନା ବଞ୍ଚିବାର ସମ୍ଭାବନା ରହିବ ।

ଏଥିପାଇଁ କମ୍ପାନୀର ବର୍ତ୍ତମାନ ୪୦ଟି ଖାଲି ସ୍ଥାନ ରହିଛି । ଯେଉଁଥିରୁ ଅଧିକ ସ୍ଥାନ କମ୍ପାନୀର ପ୍ରତିଷ୍ଠାତା ମାନଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ସ୍ଥାନ ଗୁଡିକ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ପୂର୍ଣ୍ଣ ହେବ । ଯେତେବେଳେ ନୂଆ ସ୍ଥାନ ଗୁଡିକ ନିର୍ମାଣ ହେବ । ତାହା ଅତିରିକ୍ତ ୬୦୦ସ୍ଥାନ ମଧ୍ୟ ସୃଷ୍ଟି କରିବ । କମ୍ପାନୀର କହିବା କଥା କି ମୃତ୍ୟୁ ଏକ ଧୀର ପ୍ରକ୍ରିୟା ଅଟେ । ଯଦି ଏକ ମୃତ ଶରୀର ଶୀଘ୍ର ଫ୍ରିଜ ହୋଇୟାଏ ତେବେ ମୃତ୍ୟୁ ଓଲଟି ଯାଇପାରେ ବା ଫେରି ଯାଇପାରେ ମାନେ ଲୋକଟି ବଞ୍ଚିଯାଇପାରେ । ତେବେ କହିରଖୁଛୁ କି ଏହି ପୁରା ପ୍ରକ୍ରିୟାକୁ କ୍ରୋନିକ୍ସ କୁହାଯାଏ ।

Leave A Reply

Your email address will not be published.