ବିଶ୍ୱର ସବୁଠୁ ଲମ୍ବା ରୁଟ୍ ନ୍ୟୁୟର୍କରୁ ସିଡନି ଉଡିବ ଫ୍ଲାଇଟ୍, ପରୀକ୍ଷାମୂଳକ ଭାବେ ଉଡାଣ ଭରିଛି କଣ୍ଟାସ୍ ଫ୍ଲାଇଟ୍

କେନ୍ୟୁଜ୍ (ବ୍ୟୁରୋ): ଏଣିକି ବିଶ୍ୱର ସବୁଠୁ ଲମ୍ବା ରୁଟ୍ରେ ଉଡିବ ଫ୍ଲାଇଟ୍ । ୧୦ ହଜାର ମାଇଲ ବାଟକୁ ଲାଗିବ ୨୦ ଘଣ୍ଟା । ଏହି ରୁଟ୍ ହେଉଛି ନ୍ୟୁୟର୍କରୁ ସିଡନି । ପରୀକ୍ଷାମୂଳକ ଭାବେ ଉଡାଣ ଭରିଛି କଣ୍ଟାସ୍ ଫ୍ଲାଇଟ୍ । ବିନା କୌଣସି ଷ୍ଟପେଜ୍ରେ ଏହା ଚଳାଚଳ କରିବ । ଯାତ୍ରୀମାନେ କିପରି ସୁରକ୍ଷିତ ଓ ଉନ୍ନତମାନର ସୁବିଧା ପାଇପାରିବେ, ଏନେଇ ୪୦ ଜଣିଆ ଟିମକୁ ନେଇ କଣ୍ଟାସ୍ ଫ୍ଲାଇଟ୍ ପରୀକ୍ଷାମୂଳକ ଭାବେ ଉଡାଣ ଭରିଛି । ଏଥିରେ ବ୍ୟବସାୟୀ, ବୈଜ୍ଞାନିକ, ସାମ୍ବାଦିକ ଭଳି ସବୁ ବର୍ଗର ଯାତ୍ରୀଙ୍କୁ ନେଇ ପରୀକ୍ଷା କରାଯାଇଛି । ଯାତ୍ରୀମାନେ କିପରି ୨୦ ଘଣ୍ଟା ବିନା ଦ୍ୱିଧାରେ ବସିପାରିବେ, ସେମାନଙ୍କର ଇଛା କଣ, ସ୍ୱାସ୍ଥ୍ୟବସ୍ଥା କେମିତି ରହିବ, କଣ ଅଧିକ ସୁବିଧା ଆବଶ୍ୟକ, କ୍ରୀୟୁ ମେମ୍ବରଙ୍କୁ କି ସୁବିଧା ଦିଆଯାଇପାରିବ, ତାର ପରୀକ୍ଷାମୂଳକ ଉଡାଣ କରାଯାଇଛି । ପୂର୍ବ ଫ୍ଲାଇଟ ଅପେକ୍ଷା ଏହି ଫ୍ଲାଇଟରେ ଅଧିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଯାତ୍ରୀଙ୍କ ପାଇଁ ମନୋରଞ୍ଜନ ସୁବିଧା ମଧ୍ୟ କରାଯାଇଛି । ଏବେ ଗୋଟିଏ ଷ୍ଟପେଜ୍ରେ ନ୍ୟୁୟର୍କରୁ ସିଡନି ସର୍ବନିମ୍ନ ୨୪ ଘଣ୍ଟା ଲାଗୁଛି । ୨୦୨୨ରୁ ଏହାକୁ ବ୍ୟବସାୟିକ ଭିତ୍ତିରେ ବ୍ୟବହାର କରାଯିବ ବୋଲି କଣ୍ଟାସ ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।