ଦେଶରେ ନିର୍ମାଣ ହେବ ସୁରକ୍ଷିତ ଜାତୀୟ ରାଜପଥ, ସହଯୋଗ କରିବେ ସାଂସଦ ଓ ବିଧାୟକ; ଏଥର ଜନତାଙ୍କ ଡିମାଣ୍ଡକୁ ଦିଆଯାଇ ପାରେ ପ୍ରାଧାନ୍ୟ

କେନ୍ଦ୍ର ସରକାର ଏକ ସୁରକ୍ଷିତ ତଥା ନିରାପଦ ଜାତୀୟ ରାଜପଥ ନିର୍ମାଣରେ ସ୍ଥାନୀୟ ସାଂସଦ, ବିଧାୟକ ଏବଂ ଜନପ୍ରତିନିଧିମାନଙ୍କର ସହଯୋଗ ନେବେ। ସଡ଼କ ପରିଯୋଜନାର ବିସ୍ତତ ପ୍ରକଳ୍ପ ରିପୋର୍ଟ (DPR) ବନାଇବାରେ ସେମାନଙ୍କ ପରାମର୍ଶ ନିଆଯିବ। ଏଥିରେ ରାଜପଥ ସହିତ ବାଧ୍ୟତାମୂଳକ ଭାବରେ ସର୍ଭିସ୍‌ ଲେନ, ଜଙ୍କଶନ, ଇଣ୍ଟରଚେଞ୍ଜ ଆଦି ତିଆରିର ବ୍ୟବସ୍ଥା ମଧ୍ୟ DPRରେ କରାଯାଇ ପାରିବ।

ସାଧାରଣତଃ ରାଜପଥ ଅଧିକାରୀମାନଙ୍କ ସହିତ ସହଭାଗୀତାରେ କମ୍ପାନୀଗୁଡ଼ିକ ଜାଣିଶୁଣି ସଡ଼କ ସୁରକ୍ଷାର ପଦକ୍ଷେପଗୁଡ଼ିକୁ DPRରେ ସାମିଲ କରନ୍ତି ନାହିଁ। ରାଜମାର୍ଗ ପରିଯୋଜନା ସମ୍ପୂର୍ଣ୍ଣ ହେବା ପରେ ଫ୍ଲାଇଓଭର, ଅଣ୍ଡରପାସ୍‌, ସର୍ଭିସ୍‌ ଲେନ, ଫୁଟଓଭର୍‌ ବ୍ରିଜ୍‌, ଇଣ୍ଟରଚେଞ୍ଜ ଆଦିକୁ ଏଥିରେ ଯୋଡ଼ା ଯାଇଥାଏ। ଏହାର ସବୁଠାରୁ ଅଧିକ ଫାଇଦା ହେଉଛି, କମ୍ପାନୀଗୁଡ଼ିକ ଲୋକଙ୍କଠାରୁ ଆଦାୟ କରୁଥିବା ଟୋଲ ଟ୍ୟାକ୍ସ ପଇସାରେ ହିଁ ସୁଡ଼କ ସୁରକ୍ଷା କାର୍ଯ୍ୟଗୁଡ଼ିକୁ ପୂରା କରି ଥାଆନ୍ତି। ସେମାନଙ୍କୁ ଗୋଟିଏ ବି ପଇସା ବ୍ୟୟ କରିବାକୁ ପଡ଼ି ନ ଥାଏ। ସେପଟେ କାମର ଗତିକୁ ଧିମା କରି ଅଧିକ ଦିନ ପର୍ଯ୍ୟନ୍ତ ଟଣା ଯାଇଥାଏ, ଯଦ୍ଦ୍ଵାରା ଅଧିକ ସମୟ ପର୍ଯ୍ୟନ୍ତ ଟୋଲ ଟ୍ୟାକ୍ସ ଆଦାୟ କରିବାର ଅଧିକାର ମିଳିଥାଏ।

ସଡ଼କ ସୁରକ୍ଷା ପଦକ୍ଷେପର ଅଭାବ ହେତୁ ଏବେ ଦୈନିକ ଜାତୀୟ ରାଜପଥରେ ଦୁର୍ଘଟଣା ଘଟଣା ସାମ୍ନାକୁ ଆସୁଛି। ଏପରି କି, ରାସ୍ତା ଜାମ୍‌ ଭଳି ପରିସ୍ଥିତି ମଧ୍ୟ ଉପୁଜୁଛି। ସଡ଼କ ପରିବହନ ମନ୍ତ୍ରାଳୟର ୯୪ ବର୍ଷୀୟ ପୂର୍ବତନ ମହାନିର୍ଦ୍ଦେଶକ ଡିପି ଗୁପ୍ତା କୁହନ୍ତି, ସାଧାରଣତଃ ଗ୍ରାମୀଣ ସଡ଼କ ଯୋଜନା ଅଧୀନରେ ପିଡବ୍ଲ୍ୟୁଡିର ଜୁନିୟର ଇଞ୍ଜିନିୟରମାନେ ଡିପିଆର ବନାଇବାରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପଞ୍ଚାୟତ ସଦସ୍ୟଙ୍କଠାରୁ ପରାମର୍ଶ ନେଇ ଥାଆନ୍ତି। ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (NHAI) ମଧ୍ୟ ଏହି ଫର୍ମୂଲାକୁ ଆପଣାଇବା ଉଚିତ। ସଂସଦର ଏକ ସ୍ଥାୟୀ ସମିତି ନିଜ ରିପୋର୍ଟରେ ଉଲ୍ଲେଖ କରିଛି ଯେ ସରକାର ସଡ଼କ ପରିଯୋଜନାର DPR ବନାଇବାରେ ସଂସଦ, ବିଧାୟକ ଏବଂ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହ ସାଧାରଣ ଲୋକଙ୍କଠାରୁ ବି ପରାମର୍ଶ ନେବା ଉଚିତ। DPRର ସାମଗ୍ରିକ ସମୀକ୍ଷା କରାଯିବା ଉଚିତ। DPR ପ୍ରସ୍ତୁତି ପ୍ରକ୍ରିୟାରେ ସ୍ଥାନୀୟ ଜନତାଙ୍କ ଡିମାଣ୍ଡ ଓ ଚିନ୍ତାକୁ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ଦିଆଯିବା ଉଚିତ।

ରିପୋର୍ଟରେ କୁହାଯାଇଛି, DPR କାରଣରୁ ରାଜପଥ ପରିଯୋଜନା ପୂରା ହେବାର ଏକ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ରାସ୍ତାର ଗୁଣାବତ୍ତା ଖରାପ ହେବା ଏବଂ ଦୁର୍ଘଟଣା ବଢ଼ିବା ଉପରେ କମ୍ପାନୀର ଉତ୍ତରଦାୟିତ୍ୱ ତୟ ହେବା ଉଚିତ। ସରକାର ଆଇନ ବନାଇ ଦୋଷୀଙ୍କୁ ଦଣ୍ଡ ଦେବା ଉଚିତ। ସମିତି ଏହା ମଧ୍ୟ ସୁପାରିଶ କରିଛି କି, DPR ପ୍ରସ୍ତୁତି ବେଳେ ଦୀର୍ଘକାଳୀନ ଟ୍ରାଫିକ୍‌ ଆକଳନକୁ ବି ଧ୍ୟାନରେ ରଖିବା ଉଚିତ। ଏଥିପାଇଁ ଅଧିକ ଭୂମି ଅଧିଗ୍ରହଣର ଆବଶ୍ୟକତା ରହିଛି, ଯେପରି ଭବିଷ୍ୟତରେ ରାଜପଥକୁ ଚଉଡ଼ା କରାଯାଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.