କମ ସ୍ପିଡରେ ଗାଡି ଚଳାଇଲେ ବି ଜରିମାନା ପଡିବ, ନମାନିଲେ କଟିବ ଚାଲାଣ…..କେଉଁଠି ଜାଣନ୍ତୁ

ଏପର୍ଯ୍ୟନ୍ତ ବାହନ ଚଳାଚଳକୁ ନେଇ ଦେଶରେ ଯେଉଁ ନିୟମ ସବୁ ରହିଛି ତାହା ଆପଣମାନେ ଅବଗତ ଥିବେ । ଚାଳକଙ୍କୁ ଏହି କଥା ଜଣାଅଛି କି ଯାତାୟାତ ନିୟମ ବା ଟ୍ରାଫିକ ରୁଲ୍ସ ହିସାବରେ ନିର୍ଦ୍ଧାରିତ ଗତି ସୀମା ଉପରେ ଯଦି ଆପଣ ସ୍ପିଡରେ ଗାଡି ଚଳାଉଛନ୍ତି ତେବେ ଆପଣଙ୍କ ନାଁରେ ଚାଲାଣ କଟିବ । ବର୍ତ୍ତମାନ ଆଉ ଏକ ସମସ୍ୟା ଆସିଗଲାଣି । ଯଦିଓ ସମସ୍ୟା ଭଳି ଲାଗୁଛି କିନ୍ତୁ ଏହା ଗୋଟିଏ ନିୟମ ଯାହା ବିଦେଶରେ ବି ଗତିଶୀଳ ହେଲେ ଭାରତରେ ନୂଆ ।

ଏବେ ଯଦି ଆପଣ କିଛି ସ୍ଥାନରେ ନିର୍ଦ୍ଧାରିତ ଗତିରୁ କମ ସ୍ପିଡରେ ଗାଡି ଚଳାଉଛନ୍ତି ତେବେ ତାହା ଆପଣଙ୍କ ଦାୟିତ୍ୱହୀନତା ଧରିଯିବ । ଆଉ ଏହି ଦାୟିତ୍ୱହୀନତା ପାଇଁ ଆପଣଙ୍କୁ ବହୁ ଗୁଣରେ ଜରିମାନା ମଧ୍ୟ ଭରିବାକୁ ହେବ । କହିବାକୁ ଗଲେ ଏହି ରାଶି ୫୦୦ରୁ ନେଇ ୨୦୦୦ପର୍ଯ୍ୟନ୍ତ ବି ହୋଇପାରେ । ଏମିତିରେ ଜାଣିବା ଜରୁରୀ, କି ଦେଶରେ କେଉଁଠାରେ ଏଭଳି ନିୟମ ରହିଛି । ଆଉ ସ୍ପିଡ ବଦଳରେ ଏବେ ନିର୍ଦ୍ଧାରିତ ଗତି ଠାରୁ କମ ଗତିରେ ମଧ୍ୟ କେଉଁଠାରେ ଧ୍ୟାନ ଦେବାକୁ ହେବ ।

ଦିଲ୍ଲୀ ମେରଠ ଏକ୍ସପ୍ରେସ ୱେ । ଯାହାକୁ ବର୍ତ୍ତମାନ ଚାଲୁ କରିଦିଆଯାଇଛି । କିନ୍ତୁ ତାହା ସମ୍ପୂର୍ଣ୍ଣ ଭାବେ ତିଆରି ହୋଇନାହିଁ । ଦିଲ୍ଲୀ ଠାରୁ ମେରଠକୁ ଯିବା ସମୟରେ ଗାଜିଆବାଦରେ ଲାଲାକୂଆଁ ଫ୍ଲାଏଓଭର ପାଖରେ ଏବେ ବି ନିର୍ମାଣ କାର୍ଯ୍ୟ ଜାରି ରହିଛି । ଯେଉଁ ଲୋକମାନଙ୍କୁ ମେରଠ ଅବା ଗାଜିଆବାଦ କିମ୍ବା ଲକ୍ଷ୍ନୌ ଯିବାର ଅଛି ତେବେ ସେମାନେ ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି । ଯାହାଫଳରେ ଏଠାରେ ପ୍ରାୟ ସମୟ ଟ୍ରାଫିକ ମନ୍ଥର ହୋଇଥାଏ ଅବା ଭିଡ ମଧ୍ୟ ହୋଇଥାଏ ।

ଏଠାରେ ଏକ ଓଭରବ୍ରିଜ କାମ ଚାଲୁରହିଛି । ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ମାତ୍ରେ ହିଁ ଗାଜିଆବାଦ, ମୁରାଦାବାଦ, ରାମପୁର, ବରେଲି, ଲକ୍ଷ୍ନୌ ଯାଉଥିବା ଗାଡି ଗୁଡିକ ଓ ହରିଦ୍ୱାରା ଡେରାଡୁନ ଯାଉଥିବା ଗାଡି ଗୁଡିକ ଅଲଗା ଅଲଗା ହୋଇଯିବ । ଫଳରେ ଜାମ ହେବାର ପରିସ୍ଥିତି ମଧ୍ୟ ବନ୍ଦ ହୋଇଯିବ । ବର୍ତ୍ତମାନ ଏଠାରେ ଭିଡ ହେବାର ଚିତ୍ର ସବୁବେଳେ ଦେଖିବାକୁ ମିଳୁଛି । ଏହି ଦ୍‌ିଲ୍ଲୀ ମେରଠ ଏକ୍ସପ୍ରେସ ୱେରେ ନିର୍ମାଣାଧୀନ ରହିଛି ଚିପିୟାନା ରେଲୱେ ଓଭର ବ୍ରିଜ । ଏଠାରେ ମଧ୍ୟ ସବୁବେଳେ ଜାମ ଲାଗିରହିଥାଏ । ଏଠାରେ ଉଲ୍ଲେଖ କରାଯାଇଚି କି ବର୍ତ୍ତମାନ ଇଷ୍ଟର୍ଣ୍ଣ ଏକ୍ସପ୍ରେସ ୱେରେ ଓଭରଟେକ କରିବାକୁ ଥିବା ବାହନ ଓ ଗତିର ସୀମା ପାଳନ କରୁନଥିବା ବାହନର ଚାଲାଣ ନିର୍ଦ୍ଧାରିତ ଦିନ ଗୁଡିକରେ କଟାଯାଉଛି ।

ଉଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେରେ ଯଦି ଚାଳକ, ବାହନ ଓଭରଟେକ ନିୟମ ପାଳନ ନକରିବ ତେବେ ଚାଲାଣ କଟାଯିବ । ଯଦି ଦିଲ୍ଲୀ ମେରଠ ଏକ୍ସପ୍ରେସ ୱେରେ ବାହନର ଗତିର ସୀମା କଥା କହିବା ତେବେ ବର୍ତ୍ତମାନ କାର ୧୦୦କିଲୋମିଟର ପ୍ରତିଘଣ୍ଟା ଓ ବଡ ଗାଡି ପାଇଁ ପ୍ରତିଘଣ୍ଟାକୁ ୮୦କିଲୋମିଟର ରଖାଯାଇଛି । ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧୀକରଣ ଅର୍ଥାତ ଏନଏଚଏଆଇର ଏକ ଉଚ୍ଚ ପଦସ୍ତ ସୂତ୍ର ଅନୁସାରେ ରାଜମାର୍ଗ ଓ ପେରିଫେରାଲ ଏକ୍ସପ୍ରେସ ୱେ ଉପରେ ଅଧିକାଂଶ ଦୁର୍ଘଟଣା ଓଭରଟେକିଙ୍ଗ ସମୟରେ ହିଁ ଦେଖିବାକୁ ମିଳିଥାଏ । ଏହା ଉପରେ ରୋକ ଲାଗିବା ପ୍ରାଧୀକରଣର ପ୍ରାଥମିକତା । ଏହି ମାର୍ଗରେ ଦୁର୍ଘଟଣାର ଦ୍ୱିତୀୟ କାରଣ ହେଉଛି କିଛି ଦାୟିତ୍ୱହୀନ ଗାଡି ଚାଳକ ନିର୍ଦ୍ଧାରିତ ଗତି ସୀମାଠାକୁ କମ ବେଗରେ ବା କମ ସ୍ପିଡରେ ଗାଡି ଚଳାଚଳ କରୁଛନ୍ତି ।

ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧୀକରଣ ଏପର୍ଯ୍ୟନ୍ତ ନିଦ୍ଧ୍ଧାରିତ ଗତି ସୀମା ମଧ୍ୟରେ ହିଁ ବାହନ ଚଳାଚଳ କରିବାକୁ ପ୍ରଚାର ପ୍ରସାର କରିଆସୁଥିଲା । ଏମିତିରେ କୁହାଯାଉଛି କି ବର୍ତ୍ତମାନ ଓଭର ଟେକିଙ୍ଗ ସମୟରେ ଗାଡି ଚଳାଚଳ ଓ ବିଶେଷକରି ନିଦ୍ଧ୍ଦାରିତ ସୀମାଠାରୁ କମ ବେଗରେ ଗାଡି ଚଳାଚଳ ଉପରେ ବି ପ୍ରଚାର ପ୍ରସାର କରାଯିବା ନେଇ ପ୍ରସ୍ତୁତି କରାଯାଉଛି । ଏମିତିରେ ଉଲ୍ଲେଖ କରାଯିବ କି ଯଦି ଚାଳକ ଖାଲିଟାରେ ନିର୍ଦ୍ଧାରିତ ସୀମାଠାରୁ କମ ଗତିରେ ଗାଡ ଚଳାଚଳ କରୁଛନ୍ତି ତେବେ ୫୦୦ରୁ ନେଇ ୨୦୦୦ପର୍ଯନ୍ତ ଚାଲାଣ କଟାଯିବ । ଠିକ ସେମିତି ଯେମିତି ନିର୍ଦ୍ଧିାରିତ ଗତିଠାରୁ ଅଧିକ ଚଳାଚଳ ଉପରେ ଚାଲାଣ କଟାଯିବାର ନିୟମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.