ବଜେଟ୍‌ରେ ବଡ଼ ଘୋଷଣା: ଏବେ ପରିଚୟ ପତ୍ର ରୂପେ ପ୍ୟାନ୍‌ କାର୍ଡ ହୋଇପାରିବ ବ୍ୟବହାର

ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ଅନେକ ବଡ଼ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ସୀତାରମଣ ବଜେଟ୍‌ ୨୦୨୩ରେ ପ୍ୟାନ୍‌ କାର୍ଡକୁ ନୂଆ ପରିଚୟ ଦେଇଛନ୍ତି। ଏବେ ସମସ୍ତଙ୍କ ପାଇଁ ପ୍ୟାନ୍‌ କାର୍ଡର ବ୍ୟବହାର କମନ୍‌ ହେବ। ଏବେ ଆପଣ ସାଧାରଣ ପରିଚୟ ପତ୍ର ରୂପେ ପ୍ୟାନ୍‌ କାର୍ଡକୁ ବ୍ୟବହାର କରିପାରିବେ। ଏଥି ସହିତ କୌଣସି ବି ବ୍ୟବସାୟ ଆରମ୍ଭରେ ପ୍ୟାନ୍‌ କାର୍ଡ ଆବଶ୍ୟକ ପଡ଼ିଥାଏ। ଆସନ୍ତୁ ଜାଣିବା, କ’ଣ ରହିଛି ନୂଆ ଅପ୍‌ଡେଟ…

ଅର୍ଥମନ୍ତ୍ରୀ ବୁଧବାର ସଦନରେ ସୂଚନା ଦେଇଛନ୍ତି ଯେ ଯଦି ଆପଣ ପ୍ୟାନ୍‌ କାର୍ଡ ବ୍ୟବହାର କରୁଛନ୍ତି, ତା’ ହେଲେ ଆପଣଙ୍କୁ ଏହାକୁ ଘରେ ରଖିବା ଆବଶ୍ୟକ ନାହିଁ। କାରଣ, ଏବେ ପୂରା ଦେଶରେ ପ୍ୟାନ୍‌ କାର୍ଡ ପରିଚୟ ପତ୍ର ରୂପେ ମାନ୍ୟ କରି ଦିଆଯାଇଛି।

ସୀତାରମଣ କହିଛନ୍ତି, ସରକାରୀ ଏଜେନ୍ସିଗୁଡ଼ିକର ସମସ୍ତ ଡିଜିଟାଲ ପ୍ରଣାଳୀରେ ସାମାନ୍ୟ ପରିଚୟ ପାଇଁ ପ୍ୟାନ୍‌ କାର୍ଡ ବ୍ୟବହାର କରାଯାଇ ପାରିବ। ଏହାଦ୍ୱାରା ଦେଶରେ Ease of Doing Businessକୁ ପ୍ରୋତ୍ସାହନ ମିଳିବ। ଏଥିସହିତ ପ୍ୟାନ୍‌ କାର୍ଡ ଏକ ୧୦ ଅଙ୍କର ଆଲ୍ଫାନ୍ୟୁମେରିକ୍‌ ନମ୍ବର, ଯାହା ଆୟକର ବିଭାଗର କୌଣସି ବ୍ୟକ୍ତି, କ୍ଷେତ୍ର କିମ୍ବା ସଂସ୍ଥାକୁ ବଣ୍ଟନ କରାଯାଇ ପାରିବ।

ଦେଶରେ ଆୟକର ବିଭାଗ ପ୍ରତ୍ୟେକ ନାଗରିକଙ୍କ ପାଇଁ ପ୍ୟାନ କାର୍ଡ ଜାରି କରିଥାଏ। ପ୍ୟାନ୍‌ ସାହାଯ୍ୟରେ ଆପଣ ଆୟକର ଭରଣା କରିପାରନ୍ତି। ଏବେ ପ୍ୟାନ୍‌ କାର୍ଡକୁ ଭାରତୀୟ ଏକ ପରିଚୟ ପତ୍ର ରୂପେ ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.