ଟ୍ରେନ ଆଗରେ ରିଲ୍ସ କରିବା ପଡିବ ମହଙ୍ଗା, ରୁଜୁ ହେବ ମାମଲା ଏବଂ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଏଥର ରେଳଟ୍ରାକରେ ହେଉ ଅବା ଟ୍ରେନ ଭିତରେ ରିଲ୍ସ କରିବା ପଡିବ ମହଙ୍ଗା । ଏଥିପାଇଁ ରେଲୱେ ପକ୍ଷରୁ ନୋଟିସ ଜାରି କରାଯାଇଛି । ରେଳ ସୁରକ୍ଷା ପାଇଁ ବିପଦ ଆଣୁଥିବା ଲୋକଙ୍କ ଉପରେ ଏଥର କେସ୍ କରାଯିବ । ଯଦି କୌଣସି ବ୍ୟକ୍ତି ଟ୍ରେନ କିମ୍ବା ଟ୍ରେନ ଟ୍ରାକରେ ରିଲ୍ସ କରୁଥାନ୍ତି, ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ । ଏନେଇ କେନ୍ଦ୍ର ସରକାର ଶକ୍ତ ଆଭିମୁଖ୍ୟ ଆପଣାଇଥିବା ବେଳେ ରେଲୱେ ବୋର୍ଡ ବିଜ୍ଞପ୍ତି ଜାରି କରିଛି ।

ଭାଇରଲ ହେବା ପାଇଁ ଲୋକମାନେ କେତେବେଳେ ଟ୍ରାକ୍ ଉପରେ ଯୁବ ପିଢ଼ି ଶୋଇ ପଡ଼ି ରିଲ୍ କରୁଛନ୍ତି ତ କେତେବେଳେ ଚଳନ୍ତା ଟ୍ରେନ୍ ଆଗରେ ଶୁଟ୍ କରୁଛନ୍ତି ଭିଡିଓ । ଆଜିକାଲିର ଯୁବପିଢି ଏଭଳି ଅନେକ କାମ କରୁଛନ୍ତି । ଫଳରେ ବହୁ ଦୁର୍ଘଟଣା ଘଟୁଛି । ଟ୍ରେନରେ ଥିବା ଲୋକମାନେ ମଧ୍ୟ ଅସୁବିଧା ସାମ୍ନା କରୁଛନ୍ତି । ଏଥିସହ ବହୁ ରେଳ ଯାତ୍ରୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହେଉଥିବା ବେଳେ ରେଳ ବିଭାଗର ବି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି ।

ହେଲେ ଏହାକୁ ଆଉ ବରଦାସ୍ତ କରାଯିବନି । ଏଥିନେଇ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ସରକାର । ଏପରି କଲେ ରୁଜୁ ହେବ ମାମଲା ଓ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ରେଲୱେ ପକ୍ଷରୁ ସବୁ ଜୋନ୍‌କୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ନିକେଟରେ ଏମିତି କେତେ ସବୁ ଭିଡିଓ ଦେଖିବାକୁ ମିଳିଛି । ଯେଉଁଥିରେ କେହି ଟ୍ରେନ ଟ୍ରାକରେ ଗାଡି ଚଲାଉଥିବା ବେଳେ ଅନ୍ୟ କେହି ଟ୍ରେନ ଭିତରେ ଡ୍ୟାନ୍ସ କରୁଛନ୍ତି । ଆଉ କେଉଁଠି ପ୍ଲାଟଫର୍ମରେ ଚଳନ୍ତା ଟ୍ରେନକୁ ଧରି ଭିଡିଓ କରୁଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପାଇଁ ଅପଲୋଡ କରୁଛନ୍ତି ।

You might also like