ଆତଙ୍କୀଙ୍କ ଦ୍ୱାରା ହୋଇପାରୁ ନାହିଁ କି କାମ? ଏବେ ପୂର୍ବ ସରକାରଙ୍କ ତାଲିମପ୍ରାପ୍ତ ଯବାନଙ୍କ ସାହାରାରେ ନୂଆ ସେନା ବନାଇବ ତାଲିବାନ!
ଆଫଗାନିସ୍ତାନରେ ନିଜ ସରକାର ବନାଇବା ପରେ ଏବେ ତାଲିବାନ ଦେଶରେ ସେନା ଗଠନ ଉପରେ ମଧ୍ୟ ବିଚାର କରୁଛି। ଏହି ସେନାରେ ଆଫ୍ଗାନର ପୂର୍ବ ସରକାର ଅଧୀନରେ ରହିଥିବା ଆର୍ମି ଅଫିସରମାନଙ୍କୁ ସାମିଲ କରାଯିବ। ଅର୍ଥାତ୍ ସେହି ଅଧିକାରୀମାନଙ୍କୁ ସାମିଲ କରାଯିବ, ଯେଉଁମାନେ କିଛି ମାସ ପୂର୍ବେ ତାଲିବାନ ବିରୋଧରେ ଲଢ଼ୁଥିଲେ। ତାଲିବାନ ସରକାରର କାର୍ଯ୍ୟକାରୀ ଚିଫ୍ ଅଫ୍ ଷ୍ଟାଫ୍ କାରୀ ଫଶୀହୁଦ୍ଦୀନ କହିଛନ୍ତି କି, ସେନା ଗଠନର ପ୍ରକ୍ରିୟା ବହୁତ ଜଲ୍ଦି ଶେଷ ପର୍ଯ୍ୟାୟରେ ପହଞ୍ଚିଯିବ।
ଫଶୀହୁଦ୍ଦୀନ କହିଛନ୍ତି, ‘ଆମ ଦେଶରେ ଏକ ଶକ୍ତିଶାଳୀ ତଥା ସ୍ଥାୟୀ ସେନାର ଗଠନ ହେବା ଦରକାର, ଯେପରି ଦେଶର ସୁରକ୍ଷା କରାଯାଇ ପାରିବ’। ସେ ଏହା ମଧ୍ୟ କହିଥିଲେ କି, ଯେଉଁମାନେ ପୂର୍ବ ସରକାରର ସେନାରେ ସେବା ଦେଇଛନ୍ତି, ସେହି ଯବାନମାନଙ୍କୁ ନୂଆ ସେନାରେ ସାମିଲ କରାଯିବ। ଏପରି କି, ଯେଉଁ ଲୋକ ପ୍ରଶିକ୍ଷଣ ନେବା ପରେ ସେନାରେ ସାମିଲ ହୋଇଥିଲେ, ସେମାନଙ୍କୁ ବି ନୂଆ ସେନାରେ ସାମିଲ କରାଯିବ।
ପୂର୍ବ ମିଲିଟାରୀ ଅଫିସର ଶକୁରୁଲ୍ଲାହ ସୁଲ୍ତାନୀ କହିଛନ୍ତି, ତାଲିବାନକୁ ୩ ଲକ୍ଷ ସେନା ଯବାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ନିଷ୍ପତ୍ତି ନେବା ଉଚିତ। କହି ରଖୁଛୁ କି, ତାଲିବାନ ତରଫରୁ ଏହି ନିଷ୍ପତ୍ତି ଏମିତି ସମୟରେ ନିଆଯାଇଛି, ଯେତେବେଳେ ପୂର୍ବ ଆଫଗାନ ସରକାରରେ ସେନା ଓ ସୁରକ୍ଷା ବିଭାଗରେ କାମ କରୁଥିବା ଯବାନମାନଙ୍କର ଏବେ କ’ଣ ହେବ ନେଇ ଲଗାତାର ଚିନ୍ତା କରାଯାଉଥିଲା। ତାଲିବାନ ୧୫ ଅଗଷ୍ଟରେ କାବୁଲ କବ୍ଜା କରିବା ସହିତ ପୂରା ଆଫଗାନିସ୍ତାନ ଉପରେ ନିଜର ନିୟନ୍ତ୍ରଣ ଘୋଷଣା କରିଥିଲା।