ଟ୍ରାଫିକ୍ ର ନୂଆ ନିୟମ: ସବୁ କାଗପତ୍ର ଓ ହେଲ୍‌ମେଟ୍ ପିନ୍ଧିଥିଲେ ବି କଟିବ ୨୦୦୦ ଟଙ୍କାର ଚାଲାଣ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଦିନକୁ ଦିନ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେଉଛି। ଏବେ ଏମିତି ନିୟମ ହୋଇଛି ଯେ ଅମାନିଆଙ୍କ ଟ୍ରାଫିକ୍ କବଳରୁ ଖସିଯିବା ଭାରି ପଡିବ। ନୂଆ ନିୟମ ଅନୁସାରେ ଆପଣଙ୍କ ପାଖରେ ଗାଡ଼ିର ସବୁ କାଗଜପତ୍ର ଥିଲେ ବି କଟିପାରେ ଚାଲାଣ। ତାହା କେମିତି ଆସନ୍ତୁ ଜାଣିବା। ସୂଚନା ଅନୁସାରେ ମୋଟର ଯାନ ଅଧିନିୟମ ଅନୁଯାୟୀ ଯଦି ଆପଣ ଗାଡିର କାଗଜପତ୍ର ଯାଞ୍ଚ କରିବା ସମୟରେ କିମ୍ବା କୌଣସି ପ୍ରକାରେ ଟ୍ରାଫିକ୍ ପୋଲିସ୍ ସହିତ ଅସଦାଚରଣ କରନ୍ତି, ତେବେ ୧୭୯ ଏମ୍‌ଭିଏ ଆକ୍ଟରେ ଆପଣଙ୍କର ଚାଲାଣ କାଟିବାକୁ ଟ୍ରାଫିକ୍‌ ପୋଲିସଙ୍କୁ ଅଧିକାର ଦିଆଯାଇଛି। ଏଣୁ ସାବଧାନ ହୋଇଯାଆନ୍ତୁ। ଏଣିକି ଦୁର୍ବ୍ୟବାହର କଲେ ଆପଣଙ୍କୁ ମହଙ୍ଗା ପଡ଼ିପାରେ।

ଏହା ଅନେକ ଥର ଦେଖାଯାଇଛି ଯେ ଆମେ ପୋଲିସ୍ ସହିତ କିଛି ବିଷୟରେ ଯୁକ୍ତିତର୍କ ଆରମ୍ଭ କରୁ ଏବଂ ସେହି ଯୁକ୍ତି ଏତେ ବଢିଯାଏ ଯାଏ ଯେ ଏହା ପୋଲିସ ମାନଙ୍କ ପ୍ରତି ଅସମ୍ମାନରେ ପରିଣତ ହୁଏ। ଏଭଳି ପରିସ୍ଥିତିରେ ଆପଣଙ୍କୁ ଟ୍ରାଫିକ୍ ପୋଲିସ୍ ସହିତ ଅସଦାଚରଣ ନକରିବାକୁ ପରାମର୍ଶ ଦିଆଯାଇଛି ଏବଂ ଯଦି ପୋଲିସ୍ ଆପଣଙ୍କ ସହ ଅସଦାଚରଣ କରନ୍ତି ତେବେ ଆପଣଙ୍କ ନିକଟରେ ଅଭିଯୋଗ କରିବା ଏବଂ ମାମଲାକୁ କୋର୍ଟକୁ ନେବା ପାଇଁ ବିକଳ୍ପ ରହିଛି।

ନୂତନ ଟ୍ରାଫିକ ନିୟମ ଅନୁଯାୟୀ, ହେଲମେଟ ପିନ୍ଧିବା ପାଇଁ ୨୦୦୦ ଟଙ୍କାର ଚାଲାଣ କଟିପାରେ। ପ୍ରକୃତ ମୋଟର ଯାନ ଅଧିନିୟମ ଅନୁଯାୟୀ ଯଦି ଆପଣ ମୋଟରସାଇକେଲ, ସ୍କୁଟର ଚଲାଇବା ସମୟରେ ହେଲମେଟ ପିନ୍ଧୁ ନାହାଁନ୍ତି ତେବେ ନୂଆ ନିୟମ ଅନୁସାରେ 194D MVAରେ ୧୦୦୦ ଟଙ୍କା ଏବଂ ଯଦି ଆପଣ ତ୍ରୁଟିପୂର୍ଣ୍ଣ ହେଲମେଟ ପିନ୍ଧିଛନ୍ତି (BIS ବିନା) ତେବେ 194D MVA ଅନୁଯାୟୀ ୧୦୦୦ ଟଙ୍କା କଟାଯାଇପାରିବ ।ଏଭଳି ପରିସ୍ଥିତିରେ, ହେଲମେଟ ପିନ୍ଧିବା ସତ୍ତ୍ୱେ ଯଦି ନୂତନ ନିୟମ ପାଳନ ନକରନ୍ତି ତେବେ ୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ।

ଆପଣଙ୍କ ଚାଲାଣ କଟିଛି କି ନାହି କେମିତି ଜାଣିବେ ?

ଆପଣଙ୍କ ଗାଡିର ଚାଲାଣ କଟାଯାଇଛି କି ନାହିଁ ଜାଣିବା ପାଇଁ https://echallan.parivahan.gov.in ୱେବସାଇଟ୍ ରେ ଚେକ କରନ୍ତୁ। ପେଜ୍ ଖୋଲିବା ପରେ ଚେକ୍‌ ଚାଲାଣ ଷ୍ଟାଟସ ଅପସନ ଉପରେ କ୍ଲିକ୍ କରିବାକୁ ହେବ। ଏହାପରେ ଆପଣଙ୍କୁ ଚାଲାଣ ନମ୍ବର, ବେଇଖଲ ନମ୍ବର ଏବଂ ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦିଆଯାଇଥିବ। ସେଥିମଧ୍ୟରୁ ଭେଇକଲ ନମ୍ବର ଉପରେ କରନ୍ତୁ। ଏହାପରେ ସେଠାରେ ମଗାଯାଇଥିବା ସମସ୍ତ ତଥ୍ୟ ଭରି ଗେଟ୍ ଡିଟେଲ୍ସ ଅପସନ ଉପରେ କ୍ଲିକ୍ କରନ୍ତୁ ଚାଲାଣ ବିଷୟରେ ଜାଣିପାରେ।

ଏବେ ଟ୍ରାଫିକ୍ ଚାଲାଣ କିପରି ଭରିବେ ଜାଣନ୍ତୁ ?

ଏଥିପାଇଁ ଆପଣଙ୍କୁ https://echallan.parivahan.gov.in/ ୱେବସାଇଟ୍‌କୁ ଯିବାକୁ ହେବ। ସେଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ଦେଇ କ୍ୟାପ୍‌ଚା କୋଡ ଭରନ୍ତୁ। ଫଳରେ ଯେଉଁ ନୂଆ ପେଜ୍ ଖୋଲିବ ସେଥିରେ ଚାଲାଣ ସମ୍ପର୍କରେ ସବୁବେଶ ତଥ୍ୟ ଦିଆଯାଇଥିବ। ଏହାପରେ ଅନ୍‌ଲାଇନ ଚାଲାଣ ଅପସନ ଉପରେ କ୍ଲିକ୍ କରନ୍ତୁ। ପେମେଣ୍ଟ ସୂଚନା ଭରିସାରିଲା ପରେ କନପ୍ରମ ପେମେଣ୍ଟ ଉପରେ କ୍ଲିକ୍ କରନ୍ତୁ। ପେମେଣ୍ଟ ହୋଇଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.