ଦେଶ ବିଦେଶ

ମୋଦି ସରକାର ନେଲେ ବଡ଼ ନିଷ୍ପତ୍ତି! ଛୁଟିରେ ଥିବା ସୈନିକମାନଙ୍କର ଆକ୍ରମଣରେ ମୃତ୍ୟୁ ଘଟିଲେ ଅନ୍‌ ଡ୍ୟୁଟି ବୋଲି ଧରାଯିବ

ଏବେ ମୋଦି ସରକାର ଦେଶର ସୈନିକମାନଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହାକି ସେମାନଙ୍କ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଏକ ସ୍ପଷ୍ଟୀକରଣ ଜାରି କରିଛି, ଯେଉଁଥିରେ ଛୁଟି ବା ଅବକାଶ ସମୟରେ ସୈନିକମାନଙ୍କ ଉପରେ ଆକ୍ରମଣକୁ ନେଇ ଆଦେଶ ଜାରି କରାଯାଇଛି। ଏହା ମୁତାବକ, ଛୁଟିରେ ଯାଇଥିବା କୌଣସି ବି ସୈନିକଙ୍କ ଉପରେ ଯଦି ଚରମପନ୍ଥୀ କିମ୍ବା ଅସାମାଜିକ ତତ୍ତ୍ୱ ଦ୍ୱାରା ଆକ୍ରମଣ ହୋଇଥାଏ ଏବଂ ଏଥିରେ ତାଙ୍କର ମୃତ୍ୟୁ ଘଟିଥାଏ, ତ ଏମିତି ମାମଲାକୁ ‘ଅନ୍‌ ଡ୍ୟୁଟି’ ମୃତ୍ୟୁ ବୋଲି ବିବେଚନା କରାଯିବ। ସେହି ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ। ସମସ୍ତ ୩ ସେନା ଉପରେ ଏହି ଆଦେଶ ଲାଗୁ କରି ଦିଆଯାଇଛି।

ମନ୍ତ୍ରାଳୟ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି କି, ବର୍ତ୍ତମାନ ସୁଦ୍ଧା ଅନେକ ପ୍ରସଙ୍ଗରେ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ଯଦି କୌଣସି ସୈନିକ ଛୁଟିରେ ନିଜ ଘରକୁ ଆସିଛନ୍ତି କିମ୍ବା ଆଉ କେଉଁଠାକୁ ଯାଇଛନ୍ତି, ଆଉ ଏହି ସମୟରେ ତାଙ୍କୁ ଆକ୍ରମଣ କରି ମାରି ଦିଆଯାଉଛି, ତ ଏମିତି ସ୍ଥିତିରେ ସେ ଡ୍ୟୁଟିରେ ଥିଲେ ବୋଲି ଧରାଯିବ। ଏଥିରେ ତାଙ୍କ ପରିବାର ଲୋକେ ସେହି ହିସାବରେ କ୍ଷତିପୂରଣ ପାଇବା ପାଇଁ ଦାବିଦାର ରହିବେ, ଯେପରି ଡ୍ୟୁଟି ସମୟରେ ମୃତ୍ୟୁ ଘଟିଲେ କ୍ଷତିପୂରଣ ମିଳିଥାଏ।

ଆଦେଶରେ କୁହାଯାଇଛି, ଛୁଟିର ଅର୍ଥ ହେଉଛି, ସେହି ସମସ୍ତ ପ୍ରକାର ଛୁଟି, ଯାହା ସରକାରଙ୍କ ତରଫରୁ ସୈନ୍ୟକର୍ମୀମାନଙ୍କୁ ପ୍ରଦାନ କରାଯାଇଥାଏ। ବାସ୍ତବରେ, ବିଗତ ଅନେକ ଦିନରୁ ସୈନ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣା ଅଧିକ ମାତ୍ରାରେ ବଢ଼ି ଯାଇଛି। ଖାସ୍‌ କରି, ଯେତେବେଳେ ସେମାନେ ଛୁଟିରେ ରହୁଛନ୍ତି। ଯଦିଓ ଏହି ଘଟଣାଗୁଡ଼ିକ କଶ୍ମୀରରେ ଅଧିକ ଭାବେ ଘଟିଛି। ଏବେ ଏହି ମାମଲାରେ ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଜାରି କରାଯାଇ ସୈନିକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇଛି।

ମନ୍ତ୍ରାଳୟ କହିଛି ଏହି କଥା

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଯଦି ଅବକାଶ ସମୟରେ ସୈନିକମାନଙ୍କ ଉପରେ ଚରମପନ୍ଥୀ କିମ୍ବା ଅସାମାଜିକ ତତ୍ତ୍ୱ ଆକ୍ରମଣ କରୁଛି, ତ ଏହାର କାରଣ ଏହା ହୋଇପାରେ କି, ସେମାନେ ସୈନିକ ଥିବାର ଜାଣି ତାଙ୍କ ଉପରେ ଆକ୍ରମଣ ହୋଇଛି। ଆଉ ଏହି ଆକ୍ରମଣରେ ଯଦି ସମ୍ପୃକ୍ତ ସୈନ୍ୟଙ୍କର ମୃତ୍ୟୁ ଘଟୁଛି, ତା’ହେଲେ ତାଙ୍କ ପରିବାର ଲୋକେ କ୍ଷତିପୂରଣ ପାଇବା ପାଇଁ ସମ୍ପୂର୍ଣ୍ଣ ଭାବେ ହକଦାର ରହିବେ।

ବ୍ୟକ୍ତିଗତ ଶତ୍ରୁତା କାରଣରୁ ମୃତ୍ୟୁ ଘଟିଲେ ମିଳିବନି ଲାଭ

ଯଦି ଛୁଟିରେ ଥିବା ସମୟରେ ବ୍ୟକ୍ତିଗତ ଶତ୍ରୁତା କାରଣରୁ ସୈନିକମାନଙ୍କ ଉପରେ ଆକ୍ରମଣ ହେଉଛି ଏବଂ ଏଥିରେ ତାଙ୍କର ମୃତ୍ୟୁ ଘଟୁଛି, ତା’ହେଲେ ଏହାକୁ ଡ୍ୟୁଟି ସମୟର ମୃତ୍ୟୁ ବୋଲି ବିବେଚନା କରାଯିବ ନାହିଁ। ଏମିତି ମାମଲାରେ ଅନ୍‌ ଡ୍ୟୁଟି ମୃତ୍ୟୁ ଅଧୀନରେ କୌଣସି କ୍ଷତିପୂରଣ ମିଳିବ ନାହିଁ।

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

10 seconds ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

9 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

44 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

51 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago