ବିପଦ ସଙ୍କୁଳ ଅବସ୍ଥାରେ ରାସ୍ତା, ରୋଗୀଙ୍କୁ ଚିକିତ୍ସା ପରେ କାନ୍ଧରେ ବୋହି ଘରେ ପହଞ୍ଚାଇଲେ ଗ୍ରାମବାସୀ
ହିମାଞ୍ଚଳପ୍ରଦେଶର କୁଲ୍ଲ ଜିଲ୍ଲାରେ ଅନେକ ଗାଁରେ ସଡକ ସୁବିଧା ସୁଧିରି ପାରିନାହିଁ। ସୂଚନା ମୁତାବକ ଦୁର୍ଗମ କ୍ଷେତ୍ର ସାକ୍ଟି ଗ୍ରାମରେ ରାସ୍ତା ନହେବା ଦ୍ୱାରା ଗର୍ଭବତୀ ମହିଳାଙ୍କୁ କାନ୍ଧରେ ଉଠାଇ ରାସ୍ତାରେ ପହଞ୍ଚାଯାଇଛି। ଗାଁର ମହିଳାମାନେ କାନ୍ଧରେ ଶବାରୀ କରି ଗର୍ଭବତୀ ମହିଳାଙ୍କୁ ମୁଖ୍ୟ ମାର୍ଗରେ ପହଞ୍ଚାଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ଏବେ କୁଲ୍ଲର ମଣିକର୍ଣ୍ଣ ଘାଟୀରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ କାନ୍ଧରେ ବୋହି ହସ୍ପିଟାଲରୁ ଘରକୁ ନେଇଯାଉଛନ୍ତି।
video courtesy : News18 Virals
ସୂଚନା ମୁତାବକ ମଣିକର୍ଣ୍ଣ ଘାଟିର ଟିପରି ମଡୋଲି ଗାଁରେ ସଡକ ସୁବିଧା ନାହିଁ। ଟିପରୀ ମଡୋଲି ଅଞ୍ଚଳରେ ୪୭ ବର୍ଷିୟ ରାକେଶ କୁମାର ପଡିଯାଇଥିବା ବେଳେ ଗ୍ରାମବାସୀମାନେ ତାଙ୍କର ଚିକିତ୍ସା କରିବା ପାଇଁ ହସ୍ପିଟାଲ ପହଞ୍ଚାଇଥିଲେ। ରାକେଶଙ୍କର ଗୋଟିଏ ଗୋଡରେ ୪୫ ଦିନ ପର୍ଯ୍ୟନ୍ତ ପ୍ଲାଷ୍ଟର ଲାଗିଥିଲା। ଏହିକାରଣରୁ ରାକେଶ ଚାଲି ନପାରିବାରୁ ଗାଁ ଲୋକମାନେ ତାଙ୍କୁ କାନ୍ଧରେ ବୋହି ଘରେ ପହଞ୍ଚାଇଛନ୍ତି।