RTPCR କି ଆଣ୍ଟିଜେନ୍ ନୁହେଁ, ଏବେ X-Ray କହିବ କରୋନା ଅଛି କି ନାହିଁ! ୫ରୁ ୧୦ ମିନିଟ୍ରେ ମିଳିଯିବ ରେଜଲ୍ଟ

କରୋନା ମହାମାରୀ ସମଗ୍ର ବିଶ୍ୱରେ ନିଜର ରୂପ ଦେଖାଇଛି। ଏହାର ନୂଆ ନୂଆ ଭାରିଆଣ୍ଟ ସମଗ୍ର ମାନବ ଜାତିକୁ ଧ୍ୱଂସ ମୁଖକୁ ନେଇ ଯାଇଛି। ଗତ ୩ ବର୍ଷ ହେବ ଏହି ମହାମାରୀ ଜନଜୀବନକୁ ବିପର୍ଯ୍ୟସ୍ତ କରି ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ପରୀକ୍ଷା RTPCR, ର୍ୟାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଜରିଆରେ ହୋଇ ଆସୁଥିଲା, କିନ୍ତୁ ଏବେ ସ୍କଟଲ୍ୟାଣ୍ଡର ଏକ ବୈଜ୍ଞାନିକ ଦଳ କରୋନା ଚିହ୍ନଟ କରିବା ପାଇଁ ଏକ ନୂତନ ପରୀକ୍ଷଣ କରିଛନ୍ତି। କୁହାଯାଉଛି ଯେ ବର୍ତ୍ତମାନ ଏକ୍ସ-ରେ ମାଧ୍ୟମରେ ଜଣା ପଡ଼ିବ କି, ରୋଗୀ କରୋନାରେ ପୀଡିତ ଅଛନ୍ତି କି ନାହିଁ। ବୈଜ୍ଞାନିକମାନେ ଏହାକୁ ୯୮ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ବା ସଠିକ ବୋଲି ମାନିଛନ୍ତି। ସୂଚନା ଅନୁଯାୟୀ, ଭାଇରସର ଉପସ୍ଥିତିକୁ ଜାଣିବା ପାଇଁ ଏହି ପରୀକ୍ଷଣରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରାଯାଇଥାଏ।
ପାଞ୍ଚ ମିନିଟରେ ମିଳିଯିବ ରେଜଲ୍ଟ
ଅନୁସନ୍ଧାନକାରୀମାନେ କହିଛନ୍ତି କି, ଏହା RTPCR ପରୀକ୍ଷା ଅପେକ୍ଷା ଦ୍ରୁତ ହେବ ଏବଂ ଏହାର ଫଳାଫଳ କେବଳ ୫ରୁ ୧୦ ମିନିଟ୍ ମଧ୍ୟରେ ମିଳିଯିବ। କହି ରଖୁଛୁ ଯେ RTPCR ପରୀକ୍ଷଣର ରେଜଲ୍ଟ ଆସିବାରେ ଏକ ଘଣ୍ଟାରୁ ଅଧିକ ସମୟ ଲାଗି ଯାଇଥାଏ। ଅନୁସନ୍ଧାନକାରୀମାନେ ଏହା ମଧ୍ୟ କହିଛନ୍ତି, ଏକ୍ସ-ରେ ଜରିଆରେ ଓମିକ୍ରନ୍ ଭାରିଆଣ୍ଟ ଥିବା ନ ଥିବା ନେଇ ମଧ୍ୟ ଶୀଘ୍ର ଚିହ୍ନଟ କରାଯାଇ ପାରିବ।
ପରୀକ୍ଷଣ କେମିତି କରିଥାଏ କାମ
UWS ଅନୁସନ୍ଧାନକାରୀଙ୍କ କହିବା ଅନୁଯାୟୀ, ଏହି ନୂତନ ଟେକ୍ନୋଲୋଜି ସ୍କାନ ତୁଳନାରେ ୩ ହଜାରରୁ ଅଧିକ ଫଟୋର ଡାଟାବେସ୍ ପାଇଁ ଏକ୍ସ-ରେ ଟେକ୍ନୋଲୋଜି ବ୍ୟବହାର କରିଥାଏ। ସୂଚନା ମୁତାବକ, ଏହି ଟେକ୍ନୋଲୋଜିରେ ଇଣ୍ଟେଲିଜେନ୍ସ ପ୍ରକ୍ରିୟାର ସାହାଯ୍ୟ ନିଆଯାଇଥାଏ। ବୈଜ୍ଞାନିକଙ୍କ ଅନୁଯାୟୀ, ଏହା ୯୮ ପ୍ରତିଶତ ସଠିକ୍ ବୋଲି ପ୍ରମାଣିତ ହେବ। ଯଦିଓ ବୈଜ୍ଞାନିକମାନେ ଏହି କଥାକୁ ସ୍ୱୀକାର କରିଛନ୍ତି କି, ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ୍ସ-ରେ ରେ କରୋନାର ଲକ୍ଷଣ ଦେଖି ପାରିବା ବହୁତ ମୁସ୍କିଲ ହେବ।