ଏବେ ଏୟାରପୋର୍ଟରେ ଆପଣଙ୍କ ଚେହେରା ହିଁ ହେବ ବୋର୍ଡିଂ ପାସ୍‌, ଜାଣନ୍ତୁ କିପରି ଫେସ୍‌ ରେକଗନିସନ ଟେକନୋଲୋଜି ଦ୍ୱାରା କରିପାରିବେ ବିମାନ ଯାତ୍ରା ।

ନୂଆଦିଲ୍ଲୀ  : ନାଗରିକ ଉଡ୍ଡାୟନ ମନ୍ତ୍ରଣାଳୟ ଏବେ ବିମାନ ବନ୍ଦରରେ ପେପରଲେସ ଏଣ୍ଟ୍ରି କରିବା ପାଇଁ ଏକ ନୂଆ ଡିଜିଟାଲ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ଡିଜି ଯାତ୍ରା କୁହାଯିବ । ଏହା ବିମାନଯାତ୍ରୀଙ୍କ ପାଇଁ ଏକ ବାୟୋମେଟ୍ରିକ ଆଧାରିତ ଡିଜିଟାଲ ପ୍ରୋସେସିଂ ଅଟେ । ଏଥିରେ ଏୟାରପୋର୍ଟରେ ଯାତ୍ରୀଙ୍କ ଫେସ୍‌ ରିକଗନିସନ ଟେକ୍‌ନିକ୍‌ ବା ‘ମୁହଁ ଦେଖି ଚିହ୍ନିବା’ ପ୍ରକ୍ରିୟା ଦ୍ୱାରା ବୋର୍ଡିଂ ପାସ୍‌ ହେବ । ହେଲେ ସିକ୍ୟୁରିଟି ଚେକ୍‌ ଇନ୍‌ ଓ ବ୍ୟାଗେଜ ପ୍ରକ୍ରିୟା ପୂର୍ବ ଭଳି ରହିବ ।

Digiyatra App କରିବାକୁ ହେବ ଡାଉନଲୋଡ୍‌

ଏହି ପ୍ରକ୍ରିୟାକୁ ବ୍ୟବହାର କରିବା ପାଇଁ ବିମାନଯାତ୍ରୀଙ୍କୁ ନିଜ ମୋବାଇଲରେ ଡିଜି ଯାତ୍ରା ଏପକୁ ଡାଉନଲୋଡ କରିବାକୁ ହେବ । ଯାହା ବି ଜରୁରୀ କଲମ ଅଛି ତାକୁ ଭରିବାକୁ ହେବ ଓ ଏହାପରେ ପେପରଲେସ ବୋର୍ଡିଂର ସୁବିଧା ପାଇପାରିବେ ।

କେମିତି କରିବେ ବ୍ୟବହାର

ଯେବେ ଆପଣ ଡିଜ ଆପ ଡାଉନଲୋଡ କରିବେ, ଏହାପରେ ଆପଣ ଆପଣଙ୍କ ମୋବାଇଲ ନମ୍ବର ଦେବାକୁ ହେବ । ଯାହା ଆଧାର ସହ ଲିଙ୍କ ରହିଛି । ଏହାପରେ ଏକ ଓଟିପି ଆସିବ, ଯାହାକୁ ଆପଣଙ୍କୁ ଭରିବାକୁ ହେବ । ଏହାପରେ ଆଧାର ବିବରଣୀ ଓ ଫଟୋ ଅପଲୋଡ କରିବାକୁ ହେବ ଓ ପୁଣି ଆଗାମୀ ଯାତ୍ରାର ବୋର୍ଡିଂ ଅପଲୋଡ କରିବାକୁ ହେବ । ଏହି ପୁରା ପ୍ରକ୍ରିୟା ପରେ ଯାତ୍ରୀଙ୍କୁ ଏକ କୋଡେଡ ବୋର୍ଡିଂ ପାସ ଜେନେରେଟ ହୋଇଯିବ ।

ଏୟାରପୋର୍ଟରେ ଏହାକୁ ସ୍କାନ କରାଯିବ । ଏହାପରେ ଇ-ଗେଟରେ ଲାଗିଥିବା ଫେସିଆଲ ରିକଗନିସନ ଟେକନିକ ଯାତ୍ରୀକୁ ଚିହ୍ନିବ ଓ ଏହାର ଡକ୍ୟୁମେଣ୍ଟକୁ ଯାଞ୍ଚ କରିବ । ଏହି ପୁରା ପ୍ରକ୍ରିୟା ପରେ ଆପଣ ବିମାନ ବନ୍ଦର ଭିତରକୁ ପ୍ରବେଶ କରିପାରିବେ ।

ପ୍ରଥମ ଦଫାରେ ୭ ଏୟାରପୋର୍ଟରେ ଲାଗୁ ହେବ ଏହି ସୁବିଧା

ପ୍ରଥମ ଦଫାରେ ଏହା ଦେଶର ୭ ଟି ବିମାନ ବନ୍ଦରରେ ଲାଗୁ ହେବ । ୧ ଡିସେମ୍ବରରୁ ଏହି ସୁବିଧା ଦିଲ୍ଲୀ, ବେଙ୍ଗାଲୁର ଓ ବାରାଣସୀ ବିମାନ ବନ୍ଦରରେ ଲାଗୁ ହୋଇଛି । ମାର୍ଚ୍ଚ ୨୦୨୩ ମଧ୍ୟରେ ଏହି ସୁବିଧା ହାଇଦ୍ରାବାଦ, କୋଲକାତା, ପୁଣେ ଓ ବିଜୟଓ୍ଵାଡା ଭଳି ୪ ବିମାନ ବନ୍ଦରରେ ଲାଗୁ ହେବ । ଏହାପରେ ସରକାର ଏହି ଟେକନିକକୁ ସାରା ଦେଶରେ ଲାଗୁ କରିବେ ।

Leave A Reply

Your email address will not be published.