ତାଲିବାନ ବର୍ବରତାର ଆଉ ଏକ ନଗ୍ନ ଚିତ୍ର, ସର୍ବସମ୍ମୁଖରେ ପଞ୍ଜଶିର କମାଣ୍ଡୋଙ୍କୁ ଗୁଳି କରି ହତ୍ୟା

ଦିନ ଗଡିବା ସହ ତାଲିବାନୀଙ୍କ ବର୍ବରତା ବଢି ଚାଲିଛି। ପଞ୍ଜଶିରରେ ମାନବାଧିକାରର ଖୋଲା ଉଲ୍ଲଂଘନ। ଦେଶର ଅନ୍ୟ ପ୍ରଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନକୁ ହିଂସା ଜରିଆରେ ଦମନ କରାଯାଉଛି। ତାଲିବାନ ବର୍ବରତାର ଆଉ ଏକ ନଗ୍ନ ଚିତ୍ର । ସର୍ବସମ୍ମୁଖରେ ପଞ୍ଜଶିରରେ ଏନଆରଏଫର ଜଣେ କମାଣ୍ଡୋଙ୍କୁ ଗୁଳି ମାରି ହତ୍ୟା ।

ଆଫଗାନର ବିଭିନ୍ନ ପ୍ରଦେଶରେ ବିଦ୍ରୋହ ଦମନ । ଅସ୍ତ୍ର ଧରି ନଥିବା ପଞ୍ଜଶିର ସେନାଙ୍କୁ ଧରି, ହତ୍ୟା କରୁଛନ୍ତି। ଛାତି ଥରା ଚିତ୍ର ସାମ୍ନାକୁ ଆସୁଛି। ଅସ୍ତ୍ର ଧରି ନଥିବା ଜଣେ କମାଣ୍ଡୋକୁ ପୂରା ନିକଟରୁ ଗୁଳି କରି ହତ୍ୟା କରାଯାଉଛି। ତାଲିବାନୀର ବର୍ବରତାର ସୀମା ଲଂଘୁଛି।