ଫୁଟିଲା #Me Tooର ବମ୍, ଛାତ୍ର କଂଗ୍ରେସର ଜାତୀୟ ସଭାପତି ଫୈରୋଜ ଖାନ୍‌ଙ୍କ ଇସ୍ତଫା

ଦିଲ୍ଲୀ(କେନ୍ଯୁଜ୍) : ଯୌନ ନିର୍ଯ୍ଯାତନା ଅଭିଯୋଗରେ ଛାତ୍ର କଂଗ୍ରେସର ଜାତୀୟ ସଭାପତିଙ୍କ ଇସ୍ତଫା । ଏନଏସୟୁଆଇ ସଭାପତି ଫୈରୋଜ ଖାନ୍‌ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ଫୈରୋଜ ଖାନ୍‌ଙ୍କ ନାଁରେ ଛତିଶଗଡ଼ର ଜଣେ ମହିଳା ଏନଏସୟୁଆଇ ପଦାଧିକାରୀ ଅଭିଯୋଗ କରିଥିଲେ । ଏନଏସୟୁଆଇ ସାମିଲ କରିବା ନେଇ ମହିଳାଙ୍କୁ ଯୌନ ନିର୍ଯ୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହା ପରେ କଂଗ୍ରେସ ପକ୍ଷରୁ ଏକ ତିନି ଜଣିଆ କମିଟି ଗଠନ କରାଯାଇଥିଲା । ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେଓ, ଲୋକସଭା ସାଂସଦ ଦୀପେନ୍ଦ୍ର ହୁଡ୍ଡା ଓ କଂଗ୍ରେସ ମୁଖପାତ୍ର ରାଗିଣୀ ନାୟକ ଏହି କମିଟିର ସଦସ୍ୟ ଥିଲେ । ମି-ଠୁ ଅଭିଯାନ ଚାଲିଥିବା ବେଳେ ଯୌନ ନିର୍ଯାତନା ଅଭିଯୋଗରେ ଫୈରୋଜ ଖାନ୍‌ଙ୍କ ଇସ୍ତଫା ରାଜନୀତିକୁ ତୀବ୍ର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.