UGC NET ପରୀକ୍ଷା ପାଇଁ ସାନି ତାରିଖ ଘୋଷଣା, ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୪ ମଧ୍ୟରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ପରୀକ୍ଷାର ଦିନକ ପରେ ବାତିଲ ହୋଇଥିବା UGC NET ପରୀକ୍ଷା ପାଇଁ ସାନି ତାରିଖ ଘୋଷଣା ।  ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୪ ମଧ୍ୟରେ ହେବ NET ପରୀକ୍ଷା । ବିଜ୍ଞପ୍ତି ପ୍ରକାଶ କରିଛି ଏନଟିଏ । ଏଥର କାଗଜ କଲମରେ ପରୀକ୍ଷା ହେବ ନାହିଁ ।  ପ୍ରଥମ ଥର ପାଇଁ ନେଟ୍ ପରୀକ୍ଷା କମ୍ପୁଟର ବେସ୍ ଡ୍ ବା CBT ମେଡ୍ ରେ ହେବ । ସେହିପରି ଜୁଲାଇ ୧୦ରେ NCET ୨୦୨୪, ଜୁଲାଇ ୨୫ ରୁ ଜୁଲାଇ ୨୭ ମଧ୍ୟରେ Joint CSIR-UGC NET ପରୀକ୍ଷା ହେବ ।  ଅନୀୟମିତତା ଅଭିଯୋଗ ଆସିବାରୁ UGC-NET ଜୁନ୍-୨୦୨୪ ପରୀକ୍ଷାକୁ ବାତିଲ କରାଯାଇଥିଲା ।

ଜୁନ ୧୮ରେ ଦୁଇଟି ସିଫ୍ଟରେ ସାରା ଦେଶରେ ୟୁଜିସି ନେଟ୍ ପରୀକ୍ଷା କରିଥିଲା ଏନଟିଏ  । ବି ଶ୍ୱବିଦ୍ୟାଳୟ ଓ କଲେଜର ସହକାରୀ ପ୍ରଫେସର ପଦବୀ, ଜୁନିଅର ରିସର୍ଚ୍ଚ ଫେଲୋସିପ୍ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଏହି ପରୀକ୍ଷା ହୋଇଥିଲା ।  ଏଥିରେ ପାଖାପାଖି ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ । ମାତ୍ର ଅନିୟମିତା ଅଭିଯୋଗ ହେବା ମାତ୍ରେ ୨ ଦିନ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା ।  ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ନିଶ୍ଚିତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଥିବା ଦର୍ଶାଇଥିଲା  ।  ଏହାପରେ ଆଉ ଥରେ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଥିଲା । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋକୁ ହସ୍ତାନ୍ତର କରାଯାଇଥିଲା ।