ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଏନ୍‌ଟିଆରଙ୍କ ଝିଅ ଉମା ମାହେଶ୍ୱରୀଙ୍କ ମୃତଦେହ, କିଛି ଦିନ ହେଲା ଥିଲେ ଅସୁସ୍ଥ

ହାଇଦ୍ରାଦାବ: ଟିଡିପି ପ୍ରତିଷ୍ଠାତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦାମୁରି ତାରକା ରାମା ରାଓ (ଏନ୍‌ଟିଆର୍‌)ଙ୍କ ଝିଅ ଉମା ମାହେଶ୍ୱରୀଙ୍କ ଝୁଲନ୍ତା ମୃତଦେହ ସୋମବାର ତାଙ୍କ ବାସ ଭବନରୁ ଉଦ୍ଧାର ହୋଇଛି।

ଖବର ପାଇ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ପଠାଇଛି। କୁହାଯାଉଛି ଯେ ଉମା କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ଏଥିପାଇଁ ସେ ଚିକିତ୍ସିତ ବି ହେଉଥିଲେ। କିନ୍ତୁ ହଠାତ୍‌ ତାଙ୍କ ଝୁଲନ୍ତା ମୃତ ଦେହ ଘରୁ ମିଳିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତ କରିବ ବୋଲି ଜଣାଯାଇଛି।


Also Read: ଲିକ୍‌ ହେଲା କରନ୍‌ କୁନ୍ଦ୍ରା ଓ ତେଜସ୍ୱୀ ପ୍ରକାଶଙ୍କ ଲିପ୍‌କିସ୍‌ ଭିଡିଓ, ସୋସିଆଲ ମିଡିଆରେ ସେୟାର କଲେ ସାଙ୍ଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.