ଦୁବାଇରେ ଧୂମଧାମରେ ପାଳିତ ହେଲା ନୂଆଁଖାଇ ଭେଟ୍‌ଘାଟ୍‌

ଦୁବାଇ(କେନ୍ଯୁଜ୍) : ଦରିଆପାରିରେ ପଶ୍ଚିମ ଓଡ଼ିଶାର ଗଣପୂର୍ବ ନୂଆଁଖାଇର ମହକ । ଦୁବାଇ ସ୍ଥିତ ଇଣ୍ଡିଆ କନସୁଲେଟ୍‌ ସଭାଘରଠାରେ ଧୂମଧାମରେ ପାଳିତ ହୋଇଛି ନୂଆଁଖାଇ ଭେଟ୍‌ଘାଟ୍‌ । ପାଞ୍ଚ ବର୍ଷ ହେବ ଏଠାରେ ନୂଆଁଖାଇ ପାଳିତ ହୋଇଆସୁଛି । ସାଂସ୍କୃତିକ କର୍ଯ୍ଯକ୍ରମରେ ସମସ୍ତେ ଝୁମିଥିଲେ । ୬୦ ଜଣ କଳାକାରଙ୍କ ସମେତ ୧୩ ଜଣିଆ ଗ୍ରୁପ୍‌ ଓଡ଼ିଶାରୁ ରଙ୍ଗାରଙ୍ଗ କାର୍ଯ୍ଯକ୍ରମ ପରିବେଷଣ କରିଥିଲେ ।

danceମୁଖ୍ୟ ଆକର୍ଷଣ ହୋଇଥିଲା ସମ୍ବଲପୁରୀ ନୃତ୍ୟ । ଏହି ଅବସରରେ ଝୁମିଥିଲେ ୬ ଶହରୁ ଅଧିକ ଦର୍ଶକ । ସମସ୍ତେ ସମସ୍ତଙ୍କୁ ନୂଆଁଖାଇ ଜୁହାର କରିଥିଲେ । କାର୍ଯ୍ଯକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଚିନି ସିନେମାର ନିର୍ଦ୍ଦେଶକ ପ୍ରଦୀପ ଭୋଳ । ଶେଷରେ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like