ଜଣେ କିମ୍ବା ଦୁଇଜଣ ନୁହେଁ ଗୋଟିଏ ପରିବାରର ୪ ଜଣ ହେଲେ କରୋନା ଆକ୍ରାନ୍ତ, ଚଣ୍ଡୀଗଡ଼ରୁ ଆସିଲା ଏଭଳି ଖବର

ଚଣ୍ଡୀଗଡ଼ରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଁଚି ଯାଇଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିରୁ ୪ ଜଣ କରୋନା କେବଳ ଗୋଟିଏ ପରିବାରର ଅଟନ୍ତି । ପୂର୍ବରୁ ଲଣ୍ଡନରୁ ଫେରିଥିବା ଜଣେ ମହିଳା କରୋନା ସଂକ୍ରମିତ ଜଣାପଡ଼ିଥିଲେ କିନ୍ତୁ ନିକଟରେ ୨୩ ବର୍ଷୀୟ ଜଣେ ଯୁବତୀ କରୋନା ପଜିଟିଭ ଜଣାପଡିବା ପରେ ତାଙ୍କ ସଂସ୍ପର୍ଶରେ ଆସି ତାଙ୍କ ମା, ଭାଇ ଓ ଚାକରାଣୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି ।

ସୂଚନା ଅନୁଯାୟୀ ୨୩ ବର୍ଷୀୟ ଯୁବତୀ କରୋନା ପଜିଟିଭ ବୋଲି ଜଣାପଡିବା ପରେ ସହରବାସୀ ଆତଙ୍କିତ ହୋଇଯାଇଛନ୍ତି । କାରଣ ରବିବାରଠାରୁ ବୁଧବାର ମଧ୍ୟରେ ସେ ୧୧୯ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ପ୍ରଶାସନ ଅଧିକାରୀଙ୍କ ସୂଚନା ଅନୁଯାୟୀ ୩ ଦିନ ମଧ୍ୟରେ ସେ ସହରର ଅନେକ ଲୋକଙ୍କ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିଲେ । ବର୍ତ୍ତମାନ ଯୁବତୀଙ୍କ ପରିବାର ଲୋକଙ୍କୁ ‘ଫାଷ୍ଟ ବାଉଣ୍ଡ୍ରି ଲିଷ୍ଟ’ରେ ରଖାଯାଇଛି ।

Token photo

ମିଳିଥିବା ଖବର ଅନୁଯାୟୀ ଉକ୍ତ ଯୁବତୀଙ୍କ ଜଣେ ସମ୍ପର୍କୀୟଙ୍କର ଏକ ପିଲାଜନ୍ମ ହୋଇଥିଲା । ଯାହାକୁ ଦେଖିବା ପାଇଁ ସେ ଯାଉଥିଲେ । ସେତେବେଳେ ଉକ୍ତ ସମ୍ପର୍କୀୟ ତାଙ୍କୁ ପ୍ରଥମେ ଚେକଅପ କରାଇବା ପାଇଁ କହିଥିଲେ । ତେବେ ପ୍ରଥମଥର କିଛି ଜଣାପଡ଼ିନଥିଲା କିନ୍ତୁ ଦ୍ଵିତୀୟ ଥର ଟେଷ୍ଟ କରାଇବା ପରେ ରିପୋର୍ଟ ପଜିଟିଭ ଆସିଥିଲା । ଉକ୍ତ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିବା ହେତୁ ତାଙ୍କ ପରିବାର ଅନ୍ୟ ତିନିଜଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.