ରୋଗୀଙ୍କୁ ନର୍ସ ନିଶାରେ ଲଗାଇଲେ ପବନ ମିଶା ଇଂଜେକସନ୍‌, ଛଟପଟ ହୋଇ ଚାଲିଗଲା ୪ ଜୀବନ

ନୂଆଦିଲ୍ଲୀ : ଜଣେ ମେଲ୍‌ ନର୍ସ ଜାଣି ଶୁଣି ରୋଗୀଙ୍କ ଧମନୀରେ ପବନ ମିଶା ଇଂଜେକସନ ଦେବାରୁ ୪ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଜଣେ ଓକିଲ କୋର୍ଟରେ ବୟାନ ଦେଇଛନ୍ତି । ଓକିଲ ଦାବି କରିଥିଲେ ଯେ ନର୍ସ ଡେଭିସଙ୍କୁ ଲୋକଙ୍କୁ ମାରିବା ପସନ୍ଦ ଥିଲା । ଏହାକୁ ନେଇ କୋର୍ଟ ଖୁବ୍‌ ଶୀଘ୍ର ନିଷ୍ପତ୍ତି ଶୁଣାଇବେ ।

ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ବା ଆଜୀବନ କାରାଦଣ୍ଡ ହୋଇପାରେ ବୋଲି ଜଣାପଡ଼ିଛି । ଆସନ୍ତୁ ଜାଣିବା ପୁରା ମାମଲା ।
ଆମେରିକାର ଜଣେ ସିରିୟଲ କିଲର ମେଲ୍‌ ନର୍ସଙ୍କୁ ୪ ରୋଗୀଙ୍କ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହି ମେଲ୍‌ ନର୍ସ ଙ୍କ ନାମ ଓ୍ଵିଲିୟମ୍‌ ଡେଭିସ୍‌ । ଅଭିଯୋଗ ଅନୁଯାୟୀ ଡେଭିସ୍‌ ରୋଗୀଙ୍କ ଧମନୀରେ ପବନପୂର୍ଣ୍ଣ ଇଂଜେକସନ୍‌ ଦେଇ ହତ୍ୟା କରିଥିଲେ ।

ଡେଲି ମେଲ୍‌ ରିପୋର୍ଟ ଅନୁସାରେ ୩୭ ବର୍ଷ ବୟସ୍କ ଓ୍ଵିଲିୟମ୍‌ ଡେଭିଡ ଟେକ୍ସାସରେ ଏକ ଜଣାଶୁଣା ହସପିଟାଳରେ କାମ କରନ୍ତି । ସେଠାରେ ହାର୍ଟ ସର୍ଜରୀରୁ ଭଲ ହୋଇ ଫେରିଥିବା ୪ ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ଏମାନଙ୍କୁ ଇଂଜେକସନ୍‌ ଲଗାଇଥିଲେ ସେଠାକାର ଜଣେ ମେଲ୍‌ ନର୍ସ ।

ଏହାଥିଲା ୨୦୧୭ –୧୮ ମସିହାର କଥା । ଡେଭିସ୍‌ ହସପିଟାଲରେ ଥିବା ଜନ୍‌ ଲାଫର୍ଟି, ରୋନାଲ୍ଡ କ୍ଲାର୍କ, କ୍ରିଷ୍ଟୋଫର ଗ୍ରୀନେଓ୍ଵ ଏବଂ ଜୋସେଫ କଲିନାଙ୍କୁ ଇଂଜେକସନ ଲଗାଇଥିଲେ । ଅଭିଯୋଗ ଯେ ମେଲ୍‌ ନର୍ସ ଡେଭିସ୍‌ ରୋଗୀଙ୍କ ଧମନୀରେ ପବନ ଥିବା ଇଂଜେକସନ୍‌ ଲଗାଇଥିଲେ । ଯାହାକି ରୋଗୀଙ୍କ ମସ୍ତିସ୍କ ଡ୍ୟାମେଜ କରିଥିଲା । ମସ୍ତିସ୍କ ଡ୍ୟାମେଜ କାରଣରୁ ୪ ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ଓକିଲ କୋର୍ଟରେ କହିଥିଲେ ।

ଏହି ମାମଲାରେ ସ୍ମିର୍ଥ କାଉଣ୍ଟି ଜିଲ୍ଲା କୋର୍ଟ ଡେଭିସଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଗାମୀ ଶୁଣାଣୀରେ କୋର୍ଟ ତାଙ୍କ ରାୟ ଶୁଣାଇବେ । ଏହି ମାମଲାରେ ଓକିଲ ଡେଭିସଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ତେବେ ରିପୋର୍ଟ ଅନୁଯାୟୀ ଡେଭିସଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡ ମିଳିପାରେ । ହେଲେ ଡେଭିସଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ ଏମିତି ଅପରାଧ କରିବା ପଛରେ ଡେଭିସ୍‌ଙ୍କ ପାଖରେ କୌଣସି କାରଣ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.