କରୋନା ଟିକା ନ ଦେଇ ଖାଲି ଛୁଞ୍ଚି ଫୋଡ଼ିଲେ ନର୍ସ, ଦେଖନ୍ତୁ ଭିଡିଓ

ଦେଶରେ କରୋନା ଟୀକାକରଣ ବିଷୟରେ ଲୋକଙ୍କୁ ନିରନ୍ତର ଭାବେ ଅବଗତ କରାଯାଉଅଛି । କିନ୍ତୁ ଏହି ପ୍ରକ୍ରିୟାରେ ଅକେକ ସ୍ଥାନରେ ଅବହେଳା ଏବଂ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଉଛି । ବିହାରର ଛପରା ଜିଲ୍ଲାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି , ଯାହାର ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାବେ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ, ଘଟଣାଟି ହେଉଛି ଜଣେ ନର୍ସ ଯୁବକଙ୍କୁ କରୋନା ଟିକା ଲୋଡ୍ ନକରି ଖାଲି ଛୁଞ୍ଚିରେ ଇଞ୍ଜେକ୍ସନ ଦେଇଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ନର୍ସ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, କିନ୍ତୁ ଏହାକୁ ମାନବିକ ତ୍ରୁଟି ବୋଲି କୁହାଯାଉଛି ।

ସୂଚନା ମୁତାବକ, ବିହାରର ଛପରା ବଡ଼ା ଇମାନବାଡା ଅଞ୍ଚଳର ୱାର୍ଡ ନମ୍ବର ୧ ରେ ଟିକା ଦେବା ଅଭିଯାନ ଚାଲିଥିଲା। ଲୋକମାନେ ବି ଟିକା ନେବାକୁ ଟିକାକରଣ କେନ୍ଦ୍ରକୁ ଆସିବା ସହ କେହିକେହି ଟିକା ନେବା ସମୟରେ ଫଟୋ ଉଠାଉଥିଲେ ତ କେହି ଭିଡିଓ କରୁଥିଲେ। ଏହି କ୍ରମରେ ଜଣେ ଯୁବକ ବି ଟିକା ନେବାକୁ ପହଞ୍ଚିଥିଲେ। ସେ ଟିକା ନେଉଥିବା ସମୟରେ ତାଙ୍କର ଜଣେ ବନ୍ଧୁ ଏହାର ଭିଡିଓ କରିଥିଲେ।

ଦେଖନ୍ତୁ ଭିଡିଓ :

ଏହି ଭିଡିଓରେ ଦେଖିବାକୁ ମିଳୁଛି ନର୍ସ ଜଣକ ଏତେ ଅନ୍ୟମନସ୍କ ଥିଲେ ଯେ, ଯୁବକଙ୍କୁ ଖାଲି ଛୁଞ୍ଚି ଫୋଡ଼ି ଦେଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଡିଆଇଓ ନର୍ସ ଚନ୍ଦ୍ର କୁମାରୀଙ୍କୁ କାରଣ ଦର୍ଶଆ ନୋଟିସ ଜାରି କରିଛନ୍ତି। ଏହାର ଉତ୍ତର ୪୮ଘଣ୍ଟା ମଧ୍ୟରେ ଚନ୍ଦ୍ର କୁମାରୀଙ୍କୁ ଦେବାକୁ କୁହାଯାଇଛି। ନର୍ସଙ୍କ ଅବହେଳା ଯୋଗୁ ସେହି ଯୁବକକୁ ପ୍ରଥମ ଡୋଜ ପାଇଁ ପୁଣି ପୁଣି ଠାରେ ଡକାଯାଇଛି । ଏଥି ସହିତ ଯୁବକଙ୍କୁ ମଧ୍ୟ ତାଙ୍କ ଇଚ୍ଛା ଅନୁଯାୟୀ ଏକ ନୂତନ ତାରିଖ ବାଛିବା ପାଇଁ କୁହାଯାଇଥିଲା । ଅନ୍ୟପଟେ ପ୍ରଶାସନ କହୁଛି ଯେ ଏହି ସମଗ୍ର ଘଟଣାରେ ତ୍ରୁଟି ଅଛି, କିନ୍ତୁ ଏହି ପ୍ରକ୍ରିୟା ପରେ କରୋନା ଟୀକାକରଣ ଉପରେ ପ୍ରଶ୍ନ ଉଠାଯାଉଛି। ଯଦି ଏହି ଘଟଣାର ଭିଡିଓ କରାଯାଇ ନଥାନ୍ତା, ତେବେ ଯୁବକ ଜଣକ ଜାଣି ନଥାନ୍ତେ ଯେ ସେ କରୋନା ଟିକା ନେଇ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.