ନର୍ସିଂ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ମୋଟା ଅଙ୍କର ସ୍କଲାରସିପ୍‌ ଘୋଷଣା, ଏବେ ହିଁ କରନ୍ତୁ ଆବେଦନ

ଶାରୀରିକ ଅକ୍ଷମ (ଲେପ୍ରୋସି) ପିଲାଙ୍କ ପାଇଁ ସ୍କଲାରସିପ୍‌। ସାସାକାଓ୍ଵା ଇଣ୍ଡିଆ ଲେପ୍ରୋସି ଫାଉଣ୍ଡେସନ୍‌ (S-ILF) ପକ୍ଷରୁ ଘୋଷଣା ହେଇଛି ନର୍ସିଂ ସ୍କଲାରସିପ୍‌। ସାସାକାଓ୍ଵା ଇଣ୍ଡିଆ ଲେପ୍ରୋସି ଫାଉଣ୍ଡେସନ୍‌ ୨୦୨୨-୨୩ ତରଫରୁ ଲେପ୍ରୋସି କଲୋନୀର ଛାତ୍ରଛାତ୍ରୀଙ୍କ ପାଇଁ ଏହି ସ୍କଲାରସିପ୍‌ ଘୋଷିତ ହୋଇଛି। କେବଳ ଲେପ୍ରୋସି ଛାତ୍ରଛାତ୍ରୀ ହିଁ ଏଥିପାଇଁ ଆବେଦନ କରିପାରିବେ।

ଏଥିପାଇଁ ଆବେଦନ କରୁଥିବା ପିଲାଙ୍କ ବୟସ ୧୭ ବର୍ଷରୁ କମ୍‌ ହୋଇନଥିବା ଆବଶ୍ୟକ। ପ୍ରାର୍ଥୀ ଲେପ୍ରୋସି କଲୋନୀର ଜଣେ ସଦସ୍ୟ ହୋଇଥିବା ଦରକାର। ନର୍ସିଂରେ ବିଏସ୍‌ସି କରୁଥିବା କିମ୍ବା ଜିଏନ୍‌ଏମ୍‌ ଡିଗ୍ରୀ ପଢ଼ୁଥିବା ପ୍ରାର୍ଥୀ ହିଁ କେବଳ ଏଥିପାଇଁ ଆବେଦନ କରିପାରିବେ। ଏହି ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ ବାପା ମା’ଙ୍କ ମଧ୍ୟରୁ କେହି ଜଣେ ଲେପ୍ରୋସି ହୋଇଥିବା ଆବଶ୍ୟକ। ଛାତ୍ରଛାତ୍ରୀ ଏହି ସ୍କଲାରସିପ୍‌ ପାଇଁ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହିଁ ଆବେଦନ କରିପାରିବେ।

ସଂସ୍ଥାର ନାମ:

  • ସାସାକାଓ୍ଵା ଇଣ୍ଡିଆ ଲେପ୍ରୋସି ଫାଉଣ୍ଡେସନ୍‌ (S-ILF)

ସ୍କଲାରସିପ୍‌ ବିଷୟରେ:

  • ବିଏସ୍‌ସି ନର୍ସିଂ (ବେସିକ୍‌) ଓ ଜିଏନ୍‌ଏମ୍‌ ପାଇଁ ଏହି ସ୍କଲାରସିପ୍‌ ଉଦ୍ଦିଷ୍ଟ।
  • ଇଣ୍ଡିଆନ୍‌ ନର୍ସିଂ କାଉନ୍‌ସିଲ୍‌ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ସଂସ୍ଥାରେ ପଢ଼ୁଥିବା ପିଲାଙ୍କୁ ହିଁ ଏହି ସ୍କଲାରସିପ୍‌ ମିଳିପାରିବ।
  • ଏହି ସ୍କଲାରସିପ୍‌ରେ ଆଡମିସନ୍‌ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

କିଏ କରିପାରିବେ ଆବେଦନ:

  • ପ୍ରାର୍ଥୀଙ୍କର ବାପା-ମା’ଙ୍କ ମଧ୍ୟରୁ କେହି ଜଣେ ଲେପ୍ରୋସି ହୋଇଥିବା ଆବଶ୍ୟକ।
  • ଗୋଟିଏ ବର୍ଷରେ ଗୋଟିଏ ପରିବାରର କେବଳ ଜଣଙ୍କୁ ହିଁ ଏହି ସ୍କଲାରସିପ୍‌ ଦିଆଯିବ।
  • ଅନ୍ୟ କୌଣସି ସ୍କଲାରସିପ୍‌ ପାଇଥିବା ଛାତ୍ରଛାତ୍ରୀଙ୍କୁ ଏହି ସ୍କଲାରସିପ୍‌ ମିଳିବ ନାହିଁ।
  • ବିଏସ୍‌ସି (ବେସିକ୍‌ ନର୍ସିଂ) କରିବାକୁ ଚାହୁଁଥିବା ପ୍ରାର୍ଥୀ ମାଟ୍ରିକ ପରେ ଯୁକ୍ତ ୨ ବିଜ୍ଞାନରେ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି ଓ ଇଂରାଜୀ ଆଦି ବିଷୟ ରଖିଥିବା ଆବଶ୍ୟକ।
  • ଜିଏନ୍‌ଏମ୍‌ ପାଇଁ କଳା ଓ ବାଣିଜ୍ୟର ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିପାରିବେ।
  • ପ୍ରାର୍ଥୀଙ୍କ ବୟସ ୧୭ ବର୍ଷରୁ ବଡ଼ ହୋଇଥିବା ଆବଶ୍ୟକ।
  • ଆବେଦକ ୨୦୨୧ ଓ ୨୦୨୨ ମସିହା ମଧ୍ୟରେ ପୂର୍ବ କୋର୍ସ ଶେଷ କରିଥିବା ଦରକାର।

ଏମିତି କରନ୍ତୁ ଆବେଦନ:

  • ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଏମ୍‌ଆଇଏସ୍‌ ପୋର୍ଟାଲ (www.silf.in) କୁ ଯାଇ ଆବେଦନ କରିପାରିବେ।
  • ଆପ୍ଲିକେସନ୍‌ ଫର୍ମ ସମ୍ପୂର୍ଣ୍ଣ ପୂରଣ ହୋଇଥିବା ଆବଶ୍ୟକ।
  • ଏଥିସହ ଆଟେଷ୍ଟେଡ୍‌ ଡକ୍ୟୁମେଣ୍ଟ ମଧ୍ୟ ଅପ୍‌ଲୋଡ୍‌ କରାଯାଇଥିବା ଆବଶ୍ୟକ।
  • ଅଧା ପୂରଣ ହୋଇଥିବା ଫର୍ମ ଗ୍ରହଣୀୟ ହେବ ନାହିଁ।

ଯୋଗାଯୋଗ:

Sasakawa India Leprosy Foundation
2nd Floor, IETE Building,
2, Institutional Area,
Lodhi Road, New Delhi-110003
Tel No +91-11-24603439,24603440
Websitesscholarship.silf.in

ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ:

1. Ms Charu Gaba : 9990503759
2.. Mr Tanzeel Khan: 9891572290

Also Read: ପୁଣିଥରେ ତାରକ ମେହେତା କା ଉଲ୍‌ଟା ଚଷମାକୁ ଫେରୁଛନ୍ତି ଦୟାବେନ୍‌, ସ୍ପଷ୍ଟ କଲେ ନିର୍ମାତା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.