ହସପିଟାଲରେ ସାଂସଦ ନୁସରତ ଜାହାଁଙ୍କ ବାପା, ଏବେ କେବଳ କରୋନା ରିପୋର୍ଟକୁ ଅପେକ୍ଷା

ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ନୁସରତ ଜାହାଁଙ୍କ ପିତା ମୋହମଦ୍ଦ ଶାହଜହାଁଙ୍କୁ ରବିବାରରୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହିତ ନୁସରତଙ୍କ ପିତାଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଉଥିବା ଅନେକ ଖବର ସାମ୍ନାକୁ ଆସିଥିଲା ।

father

ଏକ ପ୍ରକାଶିତ ରିପୋର୍ଟ ମୁତାବକ, ନୁସରତଙ୍କ ପିତାଙ୍କୁ ଜ୍ୱର ସହିତ ଡାଇବେଟିଜ ରହିଛି । ଯେଉଁଥି ପାଇଁ ଔଷଧ ମଧ୍ୟ କାମ କରୁନାହିଁ । ଏଥିପାଇଁ ତାଙ୍କୁ ଭଲ ହସିପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଜ୍ୱର ଏବେ କମିଯାଇଛି । ପୂର୍ବାପେକ୍ଷା ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ।
କରୋନାକୁ ନେଇ ଚାଲିଥିବା ଚର୍ଚ୍ଚାର ଉତ୍ତରରେ ନୁସରତ କହିଛନ୍ତି, ମୋ ବାପାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ଏବଂ ଲକଡାଉନ ସମୟ ଠାରୁ ସେ ଘଷର ହିଁ ରହିଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ନିକଟରେ କୌଣସି କରୋନା ଭାଇରସ ଲକ୍ଷଣ ସାମ୍ନାକୁ ଆସିନି । କିନ୍ତୁ ତାଙ୍କର କରୋନା ଲକ୍ଷଣ ଟେଷ୍ଟ କରାଯାଇଛି, ଯାହାର ରିପୋର୍ଟ ଆଜି ଆସିବାର ରହିଛି । ତାଙ୍କ ବାପା ଖୁବ ଶୀଘ୍ର ଠିକ୍‍ ହୋଇ ହସପିଟାଲରୁ ଫେରିବେ ବୋଲି ନୁସରତ କହିଛନ୍ତି । ସୂଚନାଯୋଗ୍ୟ, ନୁସରତ କରୋନା ସହିତ ଲଢିବା ପାଇଁ ମୁଖ୍ୟମନ୍ତ୍ରୀ ରାଜକୋଷକୁ ଆର୍ଥିକ ସହାୟତା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.