ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା ପୁଣି ଥରେ ଏମିତି କିଛି କରି ଦେଖାଇଛନ୍ତି ଯାହା ପୁଣି ଥରେ ସମସ୍ତଙ୍କ ହୃଦୟ ଜିତି ନେଇଛି । ମୁଣ୍ଡରେ ସାନ୍ତାକ୍ଲଜର ଟୋପି ଆଉ ହାତରେ ଉପହାରର ମୁଣା । ହସ୍ପିଟାଲରେ ଥିବା ପିଲାଙ୍କ ଓଠରେ ହସ ଆଣିବା ପାଇଁ ସେମାନଙ୍କ ନିକଟରେ ଫାଦର କ୍ରିସ୍ମାସ୍ ହୋଇ ପହଞ୍ଚି ଗଲେ ଓବାମା ।

ହସ୍ପିଟାଲରେ ଥିବା ପିଲାଙ୍କୁ କ୍ରିସମାସ୍ ଉପଲକ୍ଷେ ଉପହାର ଦେଇଥିଲେ । ଏହା ସହ ସେଠାରେ ଥିବା ଷ୍ଟାଫଙ୍କୁ କହିଥିଲେ ମୁଁ ବାସ୍ ଆପଣମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଓବାମାଙ୍କର ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓକୁ ସେୟାର୍ କରି ଓବାମା ଲେଖିଛନ୍ତି କିଛି ଚମତ୍କାର ପିଲା ଏବଂ ସେମାନଙ୍କ ପରିବାର ସହ ଭେଟିବାକୁ ସୁଯୋଗ ମିଳିଲା ।
ସୂଚନାଯୋଗ୍ୟ ଆମେରିକାର ୪୪ତମ ରାଷ୍ଟ୍ରପତି ଥିଲେ ବରାକ୍ ଓବାମା । ଓବାମା ନିଜର ଏହିଭଳି କିଛି କାର୍ଯ୍ୟ ପାଇଁ ସବୁବେଳେ ପ୍ରଶଂସିତ ହୋଇଥାନ୍ତି । କେବଳ ଚଳିତ ବର୍ଷ ନୁହେଁ ଗତ ବର୍ଷ ମଧ୍ୟ ସ୍କୁଲରେ ପିଲାଙ୍କ ପାଇଁ ସାନ୍ତା ହୋଇ ପହଂଚିଯାଇଥିଲେ ।
Thank you @BarackObama for making our patients’ day so much brighter. Your surprise warmed our hallways and put smiles on everyone’s faces! Our patients loved your company…and your gifts! https://t.co/bswxSrA4sQ ❤️ #HolidaysAtChildrens #ObamaAndKids pic.twitter.com/qii53UbSRS
— Children’s National 🏥 (@childrenshealth) December 19, 2018