ଡୋନାଲ୍ଡ ଟ୍ରମ୍ପ୍ ଏବଂ ଏଲନ ମସ୍କଙ୍କ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ, ଲୋକଙ୍କ କ୍ରୋଧ ପ୍ରକାଶ

ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ହଜାର ହଜାର ପ୍ରଦର୍ଶନକାରୀ ନ୍ୟୁୱର୍କଠାରୁ ଆଲାସ୍କା ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ବିରୋଧରେ ୧୫୦ରୁ ଉର୍ଦ୍ଧ୍ବ ସଂଗଠନ ସାମିଲ ଥିଲେ । ଆମେରିକାର ପ୍ରତିବାଦକୁ ହ୍ୟାଣ୍ଡସ୍ ଅଫ୍ ନାମ ଦିଆଯାଇଛି । ରାଲିରେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇ ନାହିଁ ବୋଲି ସୂଚନା ମିଳିନାହିଁ ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଙ୍କ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ ପ୍ରଦର୍ଶନ। ଗତକାଲି ହଜାର ହଜାର ପ୍ରଦର୍ଶନକାରୀ ଡୋନାଲ୍ଡ ଟ୍ରମ୍ପ୍ ଙ୍କ ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ଲଗାତାର ଧରି ସେମାନଙ୍କର ଅସନ୍ତୋଷ ଜାହିର କରିଛନ୍ତି । ଟ୍ରମ୍ପଙ୍କ ସହ ପ୍ରତିବାଦକାରୀମାନେ ବ୍ୟବସାୟୀ ଏଲନ ମସ୍କଙ୍କ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରତିବାଦକୁ ଆମେରିକାରେ ହ୍ୟାଣ୍ଡସ୍ ଅଫ୍ ନାମ ଦିଆଯାଇଛି। ଗତକାଲି ୫୦ ରାଜ୍ୟର ୧୨୦୦ ରୁ ଅଧିକ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ନାଗରିକ ଅଧିକାର ସଂଗଠନ, ଶ୍ରମିକ ସଂଗଠନ, ଏଲଜିବିଟି ସମର୍ଥକ, ମାନବାଧିକାର କର୍ମୀ ସମେତ ୧୫୦ ରୁ ଅଧିକ ସଂଗଠନ ଦେଶବ୍ୟାପୀ ରାଲି ଆୟୋଜନ କରିଥିଲେ। ଏହି ସମୟରେ ପିଲାଙ୍କଠାରୁ ବୁଢା ପର୍ଯ୍ୟନ୍ତ ଲୋକେ ରାସ୍ତାରେ ଟ୍ରମ୍ପ୍ ଓ ମସ୍କଙ୍କ ବିରୋଧରେ ପୋଷ୍ଟର ଲଗାଉଥିବାର ଦେଖାଯାଇଥିଲା। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଫେଡେରାଲ୍ ଛଟେଇ, ନିର୍ବାସନ ଏବଂ ଏଲଜିବିଟି-ସମ୍ବନ୍ଧୀୟ ନୀତିକୁ ବିରୋଧ କରି ବିକ୍ଷୋଭକାରୀ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ପ୍ରତିବାଦ ବୋଲି କୁହାଯାଉଛି। ପ୍ରତିବାଦକାରୀମାନେ ଏଲନ ମସ୍କ ଓ ଡୋନାଲ୍ଡ ଟ୍ରମ୍ପ୍ ଙ୍କୁ ଏକଛତ୍ରବାଦୀ ବୋଲି କହିଥିଲେ।
ଆମେରିକାର ପଶ୍ଚିମ ତଟର ସିଆଟେଲର ପ୍ରସିଦ୍ଧ ସ୍ପେସ୍ ନିଡଲ ଅନ୍ତର୍ଗତ ହଜାର ହଜାର ପ୍ରଦର୍ଶନକାରୀ ଫାଇଟ ଫାର ଆଲିର୍ଗୀକ ଲେଖି ଆହ୍ବାନ କରିଛନ୍ତି । ପର୍ଶିଂ ସ୍କୋୟୋରରୁ ସିଟି ହାଲ ପର୍ଯ୍ୟନ୍ତ ରାଲି ହୋଇଥିଲା ।
Also Read : ରାମ ନବମୀ ପାଇଁ ସଜେଇ ହୋଇଛି ଅଯୋଧ୍ୟା ନଗରୀ, ୨୦ ଲକ୍ଷରୁ ଅଧିକ ଭକ୍ତଙ୍କ ହେବ ସମାଗମ