ଓଡିଆ ଘରର ବୋହୂ ନିଶା ଦେଶାଇ ବିଶ୍ୱାଳଙ୍କୁ ମିଳିବ ଆମେରିକାର ଆନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗରେ ଉଚ୍ଚ ପ୍ରଶାସନିକ ପଦ
ଭାରତୀୟ-ଆମେରିକୀୟ ତଥା ଓଡ଼ିଆ ଘରର ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଆନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଏକ ଉଚ୍ଚ ପ୍ରଶାସନିକ ପଦ ପାଇଁ ମନୋନୀତ କରାଯାଇଛି ବୋଲି ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି ।

ଭାରତୀୟ-ଆମେରିକୀୟ ତଥା ଓଡ଼ିଆ ଘରର ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଆନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଏକ ଉଚ୍ଚ ପ୍ରଶାସନିକ ପଦ ପାଇଁ ମନୋନୀତ କରାଯାଇଛି ବୋଲି ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି । ତାଙ୍କୁ ଆୟୋଗର ଡେପୁଟି ସିଇଓ ଭାବେ ନିଯୁକ୍ତ କରାଯିବ ବୋଲି ଖବର ମିଳିଛି ।
ନିଶା ଦେଶାଇ ଏବେ ୟୁଏସ ଚାମ୍ବର ଅଫ କମର୍ସରେ ଆନ୍ତର୍ଜାତୀୟ କୌଶଳ ଏବଂ ଗ୍ଲୋବାଲ୍ ଇନିସିଏଟିଭର ବରିଷ୍ଠ ଉପାଧ୍ୟକ୍ଷ ରହିଛନ୍ତି । ସେ ଆମେରିକା-ଭାରତ ବାଣିଜ୍ୟ ପରିଷଦ ଏବଂ ଆମେରିକା-ବାଂଲାଦେଶ ବାଣିଜ୍ୟ ପରିଷଦର ନୀତି ନିର୍ଦ୍ଧାରଣ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଶ୍ରୀମତୀ ବିଶ୍ବାଳ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ବୈଦେଶିକ ବିଭାଗରେ ଦକ୍ଷିଣ ଏବଂ ମଧ୍ୟ ଏସୀୟ ବ୍ୟାପାର ସହକାରୀ ସଚିବ ଭାବରେ କାର୍ଯ୍ୟ କରିଥିଲେ । ଶ୍ରୀମତୀ ବିଶ୍ବାଳଙ୍କର ଆମେରିକାର ବୈଦେଶିକ ନୀତି, ଅନ୍ତର୍ଜାତୀୟ ବିକାଶ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ଶାଖା, କଂଗ୍ରେସ ଏବଂ ବେସରକାରୀ କ୍ଷେତ୍ରରେ ୩୦ ବର୍ଷରୁ ଅଧିକ କାର୍ଯ୍ୟ ଅଭିଜ୍ଞତା ରହିଛି।
Honored to be nominated by @POTUS to be Deputy CEO of @DFCgov. President Biden Announces Key Nominees | The White House https://t.co/UoyGCcClls
— Nisha Biswal (@NishaBiswal) March 20, 2023
ଏହାପୂର୍ବରୁ ଶ୍ରୀମତୀ ବିଶ୍ବାଳ ଆମେରିକାର ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (USAID)ରେ ଏସିଆ ପାଇଁ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟର ଥିଲେ। ଦକ୍ଷିଣ, ମଧ୍ୟ ଏବଂ ଦକ୍ଷିଣ ପୂର୍ବ ଏସିଆରେ ୟୁଏସ୍ଏଆଇଡି କାର୍ଯ୍ୟକ୍ରମ ତଥା କାର୍ଯ୍ୟର ତଦାରଖ କରିଥିଲେ।
ସୂଚନାଯୋଗ୍ୟ, ନିଶା ଓଡ଼ିଆ ଯୁବକ ସୁବ୍ରତ ବିଶ୍ବାଳଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଦୁଇଟି ଝିଅ ମଧ୍ୟ ରହିଛନ୍ତି । ନିଶା ଦେଶାଇ ବିଶ୍ବାଳଙ୍କ ଜନ୍ମ ଗୁଜୁରାଟରେ ହୋଇଥିଲା। ସେ ୨୦୧୫ ମସିହାରେ ପ୍ରଥମ ଥର ଲାଗି ଓଡ଼ିଶା ଆସିଥିଲେ ଓ ନିଜକୁ ଓଡ଼ିଆ ବୋହୂ ବୋଲି ଦର୍ଶାଇ ଟୁଇଟ୍ କରିଥିଲେ।