ଏମ୍‌. ନାଗେଶ୍ୱର ରାଓ ହେଲେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ

ଦିଲ୍ଲୀ(କେନ୍ଯୁଜ୍) : ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ୍‌ ଅଫିସର ଏମ୍‌. ନାଗେଶ୍ୱର ରାଓ ହେଲେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ । ଗତକାଲି କେନ୍ଦ୍ର କ୍ୟାବିନେଟ୍‌ର ଆପୋଏଣ୍ଟମେଣ୍ଟ କମିଟି ତାଙ୍କୁ ନିଯୁକ୍ତି ଦେଇଛି । ଆଜି ସକାଳଠାରୁ ସେ କାର୍ଯ୍ଯଭାର ସମ୍ଭାଳିଛନ୍ତି । ଏମ୍‌. ନାଗେଶ୍ୱର ରାଓ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ଯ କରୁଥିଲେ । ଗତକାଲି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ କେନ୍ଦ୍ର ସରକାର ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଲାଞ୍ଚ ଅଭିଯୋଗ ନେଇ ସିବିଆଇରେ ବିବାଦ ଲାଗି ରହିଛି । ଏହା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.