୧୯ ଦିନ ହେଲାଣି ମେଘାଳୟ ଖଣିରେ ନିଖୋଜ ଅଛନ୍ତି ୧୫ ଶ୍ରମିକ, ଖଣିରୁ ପାଣି ବାହାର କରିବା କାମ ଆରମ୍ଭ କଲା ଓଡ଼ିଶା ଅଗ୍ନିଶମ ଟିମ୍

ମେଘାଳୟ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ପ୍ରକ୍ରିୟା ଆରମ୍ଭ । ଖଣିର ମୁଖ୍ୟ ପଥର ତଳ ପର୍ୟ୍ୟନ୍ତ ପସିପାରିଛନ୍ତି ନୌସେନା ବୁଡ଼ାଳି। ସେପଟେ ଖଣିରେ ଜଳ ନିଷ୍କାସନକୁ ମଧ୍ୟ ଆରମ୍ଭ କରାଯାଇଛି। ଓଡ଼ିଶା ଅଗ୍ନିଶମ ବିଭାଗର ମୋଟର ପମ୍ପ ସହାୟତାରେ ଖଣିରୁ ଜଳ ନିଷ୍କାସନ ଆରମ୍ଭ କରାଯାଉଛି। ଖଣି ଭିତରେ ଜଳସ୍ତର ୩୦ ଫୁଟକୁ ହ୍ରାସ ପାଇଲେ ଉଦ୍ଧାର ପ୍ରକ୍ରିୟା ସହଜ ହେବ ବୋଲି କହଛି ନୌସେନା। ସେପଟେ ଖଣିକୁ ପାଣି ପଶୁଥିବା ସ୍ଥାନରୁ ମଧ୍ୟ ଜଳ ନିଷ୍କାସନ କରାଯାଉଛି ବୋଲି କହିଛନ୍ତି ଇଷ୍ଟ ଜୟନ୍ତିଆ ହିଲ୍ସ ଜିଲ୍ଲାର ଅଧିକାରୀ।
ଯୋଜନା ଅନୁଯାୟୀ ଆଜି ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପ୍ରୟାସ ହୋଇଥିଲା। ନୌସେନାର ବୁଡ଼ାଳି ଦଳ ଓ ଏନଡିଆରଏଫର ବୁଡ଼ାଳି ମାନେ ମିଳିତ ଭାବେ ଖଣିର ମୁଖ୍ୟ ପଥର ତଳ ଯାଏ ପ୍ରବେଶ କରିଥଲେ। ୩ଘଣ୍ଟା ଧରି ପାଣିର ୩୫୦ ଫୁଟ ତଳେ ଖୋଜାଖୋଜି କରିଥିଲେ। ତେବେ ପାଣି ତଳେ ଘନ ଅନ୍ଧାର ଓ ମାତ୍ର ଏକଫୁଟ ପର୍ୟ୍ୟନ୍ତ ଦୃଶ୍ୟମାନ ଥିବାରୁ ଉଦ୍ଧାର କାର୍ୟ୍ୟ ଆଗକୁ ବଢିପାରିନଥିଲା।
ଡିସେମ୍ବର ୧୩ ତାରିଖରୁ ମେଘାଳୟର ଇଷ୍ଟ ଜୟନ୍ତିଆ ଜିଲ୍ଲାରେ କୋଇଲା ଖଣିରେ ପାଣି ପସିବା ଫଳରେ ୧୫ଜଣ ଶ୍ରମିକ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ନୌସେନା, ଓଡ଼ିଶା ଅଗ୍ନିଶମ ବିଭାଗ, କୋଲ ଇଣ୍ଡିଆ ଲିମିଟେଡ୍ର ଓ ଏନ୍ଡିଆରଏଫର ବୁଡ଼ାଳି ଓ କର୍ମଚାରୀ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି।