କେନ୍ଯୁଜ୍: ଗତବର୍ଷ ତୁଳନାରେ ରେଳବାଇ କ୍ଷେତ୍ରରେ ଏଥର ଓଡ଼ିଶାକୁ ମିଳିଛି ୧୬୨୦ କୋଟି ଟଙ୍କା କମ୍ । ଯାହା ନୈରାଶ୍ୟଜନକ ବୋଲି କହିଛି ବିଜେଡି । । ଯେତିକି ଦାବି କରାଯାଇଥିଲା ତାଠୁ ଢ଼େର କମ ବଜେଟରେ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ କେନ୍ଦ୍ର ସରକାର ଶୁଣୁନଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି ପଦ୍ମନାଭ ବେହେରା ।