ଦେଶ ବିଦେଶ

ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା : ରେଲୱେ ପକ୍ଷରୁ ୬୬୧ ଜଣଙ୍କୁ ମିଳିସାରିଲାଣି ସହାୟତା

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ଏପର୍ଯ୍ୟନ୍ତ ୨୨.୬୬ କୋଟି ଟଙ୍କା ସହାୟତା ୬୬୧ ଜଣ ଲୋକଙ୍କୁ ମିଳିଛି ବୋଲି ଦକ୍ଷିଣ ପୂର୍ବ ରେଳପଥର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ କହିଛନ୍ତି ।

ସେ କହିଛନ୍ତି, ବାଲେଶ୍ବର ବାହାନଗା ଷ୍ଟେସର ୪ଟି ଯାକ ଲାଇନ୍‌ କାର୍ଯ୍ୟକ୍ଷମ ହୋଇଛି । ଯେଉଁମାନେ ମୃତାହତ ହୋଇଥିଲେ ସେମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଛି ।

ସେହିପରି ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ମାମଲାର ତଦନ୍ତଭାର ନେଇଥିବା ସିବିଆଇ ଟିମ୍‌ ଘଟଣାସ୍ଥଳରେ ଖୋଳତାଡ଼ କରୁଛି । ଫରେନସିକ୍‌ ଟିମ୍‌ ସହ ସିବିଆଇ ମିଳିତ ତଦନ୍ତ କରୁଛି। ଦୁର୍ଘଟଣାସ୍ଥଳରେ ଟିକନିଖ୍‌ ଯାଞ୍ଚ କରିବା ସହ ଭିଡିଓଗ୍ରାଫି କରାଇଥିଲେ। ସିବିଆଇ ଟିମ୍‌ ଷ୍ଟେସନ ମାଷ୍ଟର, ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଏବଂ ସିଗନାଲ୍‌ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ମାରାଥନ୍‌ ଜେରା କରିଛି।

ଦୁର୍ଘଟଣା ଦିନ ଦାୟିତ୍ୱରେ ଥିବା ଷ୍ଟେସନ କର୍ମଚାରୀଙ୍କ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଫୋନ୍‌କୁ ସେଣ୍ଟ୍ରାଲ ଫୋରେନ୍‌ସିକ୍‌ ଲ୍ୟାବକୁ ପଠାଯିବ। ଫୋରନ୍‌ସିକ୍‌ ଟିମ୍‌ ରେଲୱେ କର୍ମଚାରୀଙ୍କ ହ୍ଵାଟସଆପ୍‌ ଚାର୍ଟ, ଫେସବୁକ ଚାର୍ଟ ଏବଂ ଅନ୍ୟ ତଥ୍ୟ ମାଗିଛି। ୨ ଲୋକୋ ପାଇଲଟଙ୍କ ବୟାନ ରେକର୍ଡ କରାଯାଇଛି। ସିଗନାଲ ସିଷ୍ଟମର ଯାଞ୍ଚ ପରେ ରିଲେ ରୁମରୁ ହାର୍ଡ ଡିସ୍କ ଜବତ କରିଛି । ଅପ୍‌ ଲାଇନରେ ଯିବା ପାଇଁ କରମଣ୍ଡଳ ଏକ୍ସପ୍ରେସକୁ ଗ୍ରିନ୍‌ ସିଗନାଲ ମିଳିଥିବା ବେଳେ ଲୁପ୍‌ ଲାଇନରେ ଯାଇ ମାଲଗାଡ଼ିକୁ କେମିତି ଧକ୍କା ଦେଲା, ତାହାର ଛାନବିନ୍‌ ଚଳାଇଛି । ଦୁର୍ଘଟଣା ପୂର୍ବରୁ କେଉଁ ସିଗନାଲ ସୁଇଚ୍‌ କେତେବେଳେ ମରା ଯାଇଥିଲା, ତାହାର ଖୋଳତାଡ଼ ହୋଇଛି ।

ଦୁର୍ଘଟଣା ସମୟରେ ଦାୟିତ୍ୱରେ କିଏ ଥିଲେ? କେଉଁ ଟ୍ରେନ୍‌ କେଉଁ ଟ୍ରାକରେ ଆସିଥିଲା?  ସେହ ସମୟରେ ସିଗନାଲ କଣ ଦିଆଯାଇଥିଲା ତାର ରେକର୍ଡ ଥିବା ଲକ୍‌ ବୁକ୍‌କୁ ସିବିଆଇ ଜବତ କରି ତଦନ୍ତ କରୁଛି। ଦୁର୍ଘଟଣା ସମ୍ପର୍କରେ ଏହା ଏକ ବଡ଼ ପ୍ରମାଣ ହେବ ବୋଲି କୁହାଯାଉଛି । ଏହାକୁ ଆଧାର କରି ସିବିଆଇ ଟିମ୍‌ ତଦନ୍ତ ଆଗଉଛି । ଆଜି ପୁଣି ଘଟଣାସ୍ଥଳକୁ ଟିମ୍‌ ଯିବ । ରେଳ ଦୁର୍ଘଟଣାକୁ ୮ ଦିନ ହୋଇଥିଲେ ମଧ୍ୟ ଏଯାଏ କାରଣ ଜଣାପଡିନି।

ସୂଚନାଯୋଗ୍ୟ, ଜୁନ୍‌ ୨ ତାରିଖ ବାଲେଶ୍ବର ବହାନଗା ଷ୍ଟେସନରେ ଦୁର୍ଘଟଣାରେ ୨୮୮ ଲୋକଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି ।

Swagatika

Recent Posts

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

19 mins ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

2 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

3 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

3 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

3 hours ago

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

4 hours ago