ଅଫିସରେ ପସି ମହିଳା ଅଫିସରଙ୍କୁ ହତ୍ୟା, ପରେ ଅଭିଯୁକ୍ତ ନିଜକୁ ମାରିଲେ ଗୁଳି ! ଜାଣନ୍ତୁ କଣ ଏହାର କାରଣ

ଫୁଡ୍ ଏଣ୍ଡ କେମିକାଲ ଟେଷ୍ଟିଂ ଲ୍ୟାବର ଜୋନଲ ଲାଇାସେନସିଂ ଅଥରିଟୀ ଡା. ନେହା ସୌରୀଙ୍କ ହତ୍ୟା ପରେ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ ଅଭିଯୁକ୍ତ ବହୁତ ସମୟ ଧରି ନେହା ସୌରୀଙ୍କର ହତ୍ୟାର ସୁଯୋଗ ଖୋଜୁଥିଲା। ସେ ବହୁତ ଥର ଲ୍ୟାବରେ ଚକ୍କର ଲଗାଇ ସାରିଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତ ବଲବିନ୍ଦର ସିଂ ଏହି ମାସ ୮ ମାର୍ଚ୍ଚରେ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ଲାଇସେନ୍ସ ନେଇଥିଲା।
୧୮ ଦିନ ପୂର୍ବରୁ ୧୧ ମାର୍ଚ୍ଚରେ ଏହି ଲାଇସେନ୍ସରୁ ଏକ ରିଭଲଭର ଏଣ୍ଟ୍ରି କରାଯାଇଥିଲା। ଅଭିଯୁକ୍ତର ଯାଞ୍ଚ ହେବା ପରେ ପୋଲିସକୁ ଏକ ଖବର କାଗଜରେ ଗୋଡା ଯାଇଥିବା ଏକ ଛୁରୀ ଏବଂ ରିଭଲଭର ମିଳିଛି। ସେ ପୂରା ଯୋଜନା କରି ନେହା ସୌରୀଙ୍କୁ ମାରିବାକୁ ଚାହୁଁଥିଲା କିନ୍ତୁ ରିଭଲଭର ନ ଚାଲିବାରୁ ସେ ନେହାଙ୍କୁ ଛୁରିରେ ଆକ୍ରମଣ କରିଛି ବୋଲି ପୋଲିସ ସୂଚନା ଦେଇଛି।
କିଛି ଦିନ ପୂର୍ବରୁ ନେହା ଝିଅର ଜନ୍ମଦିନ ପାଳନ କରିଥିଲେ। ୩୫ ବର୍ଷିୟା ଡା. ନେହା ସୌରୀଙ୍କର ଏକ ଦୁଇ ବର୍ଷର ଝିଅ ଅଛି। ଯାହର କିଛି ଦିନ ପୂର୍ବରୁ ସେ ଜନ୍ମ ଦିନ ପାଳନ କରିଥିଲେ।
ପୋଲିସ ସୂତ୍ରରୁ ଜଣାପଡିଛି ଯେ ଅଭିଯୁକ୍ତ ବଲବିନ୍ଦର ସିଂହଙ୍କର ଏକ ମେଡିକାଲ ଷ୍ଟୋର କିଛି ବର୍ଷ ପୁର୍ବରୁ ନିସା ଔେଷଧ ପାଇଁ ରେଡ କରାଯାଇ ଡ୍ରଗ ବିଭାଗ ଦୋକାନକୁ ସିଲ କରିଦେଇଥିଲେ।ଏହାପରେ ସେ ତାର ଘରେ ହସିପିଟାଲ ଖୋଲି ଅବୈଧ ଭାବରେ ମେଡିସିନ ବିକ୍ରୀ କରୁଥିଲା। ଏହାକୁ ମଧ୍ୟ ଡ୍ରଗ ବିଭାଗ ବନ୍ଦ କରିଦେଇଥିଲେ। ଏହାପରେ ବଲବିନ୍ଦର ସିଂହ ଚିନ୍ତାରେ ପଡିଯାଇଥିଲେ।
ଦୁଇଟି ଶବକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ଡାକ୍ତର ଟୀମ ଏହି ବ୍ୟବଚ୍ଛେଦ କରିବେ।