ଟ୍ରମ୍ପଙ୍କ ପୋପ ଅବତାର ନେଇ ଝଡ଼ ,ଭାଇରଲ ହେଉଛି AI ଜେନେରେଟଡ଼ ଫଟୋ

ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୋପଙ୍କ ଅବତାରରେ ଦେଖିବାକୁ ମିଳିଛି । ପରବର୍ତ୍ତୀ ପୋପ୍ କିମ୍ବା କ୍ୟାଥୋଲିକ ପୋଣ୍ଟିଫ୍ ହେବାକୁ ଚାହାଁନ୍ତି ବୋଲି ମଜା କରିବା ପରେ ନିଜ ସୋସିଆଲ ପ୍ଲାଟଫର୍ମରେ ପୋପ୍ ପୋଷାକ ପିନ୍ଧିଥିବା ଏକ AI ଜେନେରେଟେଡ୍ ଫଟୋ ପୋଷ୍ଟ କରିଛନ୍ତି । ଏବେ ଏହି ଫୋଟ କୁ ନେଇ ଝଡ଼ ସୃଷ୍ଟି ହୋଇଛି । ଡୋନାଲ୍ଡ ଟ୍ରମ୍ପ ଙ୍କୁ ପୋପଙ୍କ ଅବତାର ହୋଇଥିବା ଫୋଟ କୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
ରିପୋର୍ଟ ଅନୁସାରେ, ଏହି AI ପୋଷ୍ଟ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି । ନେଟିଜେନମାନେ ସେମାନଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଯାଇ ଫଟୋଗୁଡ଼ିକ ସମ୍ପର୍କରେ ନିଜର ପ୍ରତିକ୍ରିୟା ଏବଂ ମତାମତ ସେୟାର କରିଛନ୍ତି । ଗୋଟିଏ ଫଟୋ ଖ୍ରୀଷ୍ଟ ଧର୍ମର ସର୍ଵାଚ ଧର୍ମ ଗୁରୁ ପୋପ ଫ୍ରାନସିସଙ୍କ ଶେଷ କୃତ୍ୟ ସାରିଥିବା ବେଳେ ଭାଟିକାନ ସିଟି ର ନୂଆ ପୋପ ଙ୍କ ନିଯୁକ୍ତି ପାଇଁ ଚର୍ଚ୍ଚା ଚାଲିଛି । ଫଟୋରେ ଟ୍ରମ୍ପ ପୋପଙ୍କ ଭଳି ପୋଷାକ ପିନ୍ଧିବା ସହ ଚେୟାରରେ ବସିଥିବା ଦେଖିବାକୁ ମିଳୁଛି । ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।
ପୋପ୍ ଫ୍ରାନ୍ସିସ୍ ଗତ ମାସରେ ଦେହାନ୍ତ ହୋଇଥିଲେ। ପୋପଙ୍କ ଅନ୍ତିମ ସଂସ୍କାରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ଅନେକ ବିଶ୍ୱ ନେତା ଯୋଗ ଦେଇଥିଲେ । ମାତ୍ର ଗୋଟିଏ ଦିନ ପୂର୍ବରୁ, ଭାଟିକାନ ସିଟିରେ ଏକ ଚିମିନି ସ୍ଥାପନ କରାଯାଇଥିଲା, ଯାହା ନୂତନ ପୋପଙ୍କ ନିର୍ବାଚନ ପ୍ରକ୍ରିୟାର ଆରମ୍ଭକୁ ସୂଚିତ କରିଥିଲା । ଏହା ପୂର୍ବରୁ ମଧ୍ୟ AI ଜେନେରେଟେଡ୍ ପୋପ୍ ଙ୍କ ସହିତ ଟ୍ରମ୍ପଙ୍କ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। “ଏହା ଘୃଣ୍ୟ ଏବଂ ସମ୍ପୂର୍ଣ୍ଣ ଅସମ୍ମାନଜନକ,” ଜଣେ ବ୍ୟବହାରକାରୀ ଲେଖିଛନ୍ତି ।
ପୋପଙ୍କ ପୋଷାକ ପିନ୍ଧିଥିବା ଟ୍ରମ୍ପଙ୍କ AI ଜେନେରେଟେଡ୍ ଚିତ୍ର ସାମ୍ନାକୁ ଆସିବା ପରେ ଅନେକ ପ୍ରକାରର ପ୍ରତିକ୍ରିୟା ନିରନ୍ତର ସାମ୍ନାକୁ ଆସୁଛି । ଆଉ ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି, “କ୍ୟାଥଲିକମାନଙ୍କ ପ୍ରତି କେତେ ଅସମ୍ମାନଜନକ ପୋପଙ୍କ ପୋଷାକ ପିନ୍ଧିଥିବା ଟ୍ରମ୍ପଙ୍କ ଏଆଇ ଜେନେରେଟେଡ୍ ଚିତ୍ର ସାମ୍ନାକୁ ଆସିବା ପରେ, ଅନେକ ପ୍ରକାରର ପ୍ରତିକ୍ରିୟା ନିରନ୍ତର ସାମ୍ନାକୁ ଆସୁଛି । ଆଉ ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି, “କ୍ୟାଥଲିକମାନଙ୍କ ପ୍ରତି କେତେ ଅସମ୍ମାନଜନକ ।
କ୍ୟାଥଲିକମାନେ ନୂତନ ପୋପ୍ ଚୟନ କରିବା ପାଇଁ ଯେଉଁ ପ୍ରକ୍ରିୟା ଦେଇ ଯାଆନ୍ତି ତାହାର ମଜା କରିବାର ସାହସ କିପରି କଲେ?” ‘ମୁଁ ପୋପ୍ ହେବାକୁ ଚାହେଁ’।” ଆପଣଙ୍କୁ କହି ରଖୁଛୁ ଯେ ନିକଟରେ ଜଣେ ସାମ୍ବାଦିକ ଟ୍ରମ୍ପଙ୍କୁ ପଚାରିଥିଲେ ଯେ ପୋପ୍ ଫ୍ରାନ୍ସିସ୍ ପରେ ସେ କାହାକୁ ତାଙ୍କର ଉତ୍ତରାଧିକାରୀ କରିବାକୁ ଚାହାଁନ୍ତି। ୭୮ବର୍ଷୀୟ ଟ୍ରମ୍ପ ଶୀଘ୍ର ମଜା କରି କହିଲେ: “ମୁଁ ପୋପ୍ ହେବାକୁ ପସନ୍ଦ କରିବି।” ତାହା ମୋର ପ୍ରଥମ ପସନ୍ଦ ହେବ ।
Also read: ପାକିସ୍ତାନ ଉପରେ ଭାରତର ଆକ୍ସନ, ଆମଦାନୀ ଓ ରପ୍ତାନୀ ସଂପୂର୍ଣ୍ଣ ଭାବେ ବନ୍ଦ କଲେ ଭାରତ ସରକାର