ଓମାନ: ସମୁଦ୍ରରେ ଓଲଟିଲା ତେଲ ଟ୍ୟାଙ୍କର, ୧୩ ଜଣ ଭାରତୀୟଙ୍କ ସମେତ ୧୬ ଜଣ ନିଖୋଜ

ଓମାନ ସମୁଦ୍ରରେ ବୁଡ଼ିଗଲା ତେଲ ଟ୍ୟାଙ୍କର । ଏଥିରେ ୧୩ ଜଣ ଭାରତୀୟଙ୍କ ସମେତ ୧୬ ଜଣ କ୍ରିୟୁ ସଦସ୍ୟ ନିଖୋଜ ହୋଇଥିବା ଖବର ମିଳିଛି । ନିଖୋଜଙ୍କ ଭିତରେ ଅଛନ୍ତି ୩ ଜଣ ଶ୍ରୀଲଙ୍କା ନାଗରିକ । ଏପର୍ଯ୍ୟନ୍ତ ନିଖୋଜ ଲୋକଙ୍କ କୌଣସି ସନ୍ଧାନ ମିଳିନାହିଁ । ୪୮ ଘଣ୍ଟା ପରେ ବି ମିଳୁନି ୧୩ ଭାରତୀୟଙ୍କ ପତ୍ତା । ସର୍ଚ୍ଚ ଅପରେସନରେ ଭାରତୀୟ ନୌବାହିନୀର ଯୁଦ୍ଧଜାହାଜ ସାମିଲ ହୋଇଛି । ଭାରତୀୟ ନୌବାହିନୀର ଆଇଏନଏସ ତେଗ୍ ସାମିଲ ହୋଇଛି ।
ଖବର ମୁତାବକ, ଜାହାଜଟି ୟେମେନ ପୋର୍ଟକୁ ଆସୁଥିଲା ଜାହାଜ । ଜାହାଜର ନାଁ ପ୍ରେଷ୍ଟିଜ ଫାଲକନ । ଏହାର ଦୈର୍ଘ୍ୟ ୧୧୭ ମିଟର । ୨୦୦୭ରେ ନିର୍ମାଣ ହୋଇଥିଲା । ଘଟଣା ସ୍ଥଳରେ ଓମାନ କର୍ତ୍ତୃପକ୍ଷ ସର୍ଚ୍ଚ ଅପରେସନ କରୁଛନ୍ତି । ଚାଳକ ଦଳର ସମସ୍ତ ସଦସ୍ୟ ନିଖୋଜ ଥିବା ବେଳେ ସେମାନଙ୍କୁ ଖୋଜିବା ପାଇଁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି । ଏନେଇ ଓମାନ ସମୁଦ୍ର ସୁରକ୍ଷା କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି।
ଓମାନର ବଡ଼ ଇଣ୍ଡଷ୍ଟ୍ରିଆଲ ପୋର୍ଟ ଡୁକୁମ ନିକଟରେ ବୁଡ଼ି ଯାଇଛି । ଜାହାଜ ଏବେ ବି ପାଣିରେ ବୁଡି ରହିଛି ଓ ଓଲଟି ପଡିଛି । ଏହି ବନ୍ଦର ଓମାନର ଦକ୍ଷିଣ ପଶ୍ଚିମ ଉପକୂଳରେ ଅବସ୍ଥିତ । ତେବେ ଏଥିରୁ ତୈଳ ବା ତୈଳଜାତ ସାମଗ୍ରୀ ଲିକ ହୋଇଛି କି ନାହିଁ ସେ ନେଇ ସ୍ପଷ୍ଟ କରାଯାଇ ନାହିଁ ।