ଫ୍ଲାଏଓଭରରୁ ଖସିଲା ତେଲ ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲା ଜୀବନ

ମହାରାଷ୍ଟ୍ର ଫ୍ଲାଏଓଭରରୁ ଖସିଲା ତେଲ ଟ୍ୟାଙ୍କର । ବ୍ରିଜରୁ ଟ୍ୟାଙ୍କରଟି ଖସିଯିବାରୁ ତେଲଗୁଡିକ ରାସ୍ତାରେ ଢାଳିଯାଇଥିଲା ।  ଯାହାଫଳରେ ହଠାତ୍ ଟ୍ୟାଙ୍କରଟିରେ ନିଆଁ ଲାଗିଯାଇଥିଲା । ଫ୍ଲାଏଓଭର ବ୍ରିଜ ତଳେ ଥିବା ଲୋକମାନେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ସେହି ଘଟଣାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରର ମୁମ୍ବାଇ- ଅହମ୍ମଦାବାଦ ଏକ୍ସପ୍ରେସୱେରେ ଏକ ଦୁର୍ଘଟଣା ହୋଇଛି । ଯାହା ରବିବାର ପ୍ରାୟ ସନ୍ଧ୍ୟା ୫ଟା ସମୟରେ  ଦେଖିବାକୁ ମିଳିଛି । ଟ୍ୟାଙ୍କର ଡ୍ରାଇଭର ଜଣକ ଭାରସାମ୍ୟ ହରାଇଥିଲେ । ଯାହାଦ୍ବାରା ହଠାତ୍ ତେଲ ଭର୍ତ୍ତି ଟ୍ୟାଙ୍କରଟି ଫ୍ଲାଏଓଭର ବ୍ରିଜ ତଳକୁ  ଖସିପଡିଥିଲା । ଫଳରେ ସେହି ସ୍ଥାନରେ ଅଗ୍ନିକାଣ୍ଡ ସୃଷ୍ଟି ହୋଇ ଟ୍ୟାଙ୍କରରେ ମଧ୍ୟ ନିଆଁ ଲାଗିଯାଇଥିଲା । ଟ୍ୟାଙ୍କରଟି ଖସୁଥିବାର ଦେଖି  ସେଠାରେ ଉପସ୍ଥିତ ଥିବା ଲୋକ ପ୍ରାଣ ବଞ୍ଚାଇଵା ପାଇଁ ସେହି ସ୍ଥାନରୁ ଦୌଡ଼ି ପଳାଇଥିଲେ ।  ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କାରଣରୁ  କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଯାଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇ ରହିଛି ।

Also Read : ମହାରାଷ୍ଟ୍ର ମସଜିଦରେ ଭୟଙ୍କର ବିସ୍ଫୋରଣ, ୨ ଜଣ ବ୍ୟକ୍ତି ଗିରଫ