ଟ୍ରେନରେ ହଟହଟା ହେଲେ ବୃଦ୍ଧ, ଗୋମାଂସକୁ ନେଇ ଯାତ୍ରା କରୁଥିବା ସନ୍ଦେହ

ଭଲକରି ଦେଖି ନିଅନ୍ତୁ ଏହି ଫୋଟଟିକୁ । ଏ ଦୃଶ୍ୟ ହେଉଛି ମହାରାଷ୍ଟ୍ର ନାଶିକର । ଗୋମାଂସ ନେଇ ଯାତ୍ରା କରୁଥିବା ସନ୍ଦେହରେ ଏକ ବୃଦ୍ଧଙ୍କୁ କିଛି ଯୁବକ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ଭିଡିଓ ଟିରେ ଦେଖିବାକୁ ମିଳୁଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଟ୍ରେନ ଭିତରେ ସୀମାକୁ ଅତିକ୍ରମ କରିଛନ୍ତି କିଛି ଲୋକ ଓ ଯୁବକ । ଶେଷରେ ଆଇନକୁ ନିଜ ହାତକୁ ନେଇଛନ୍ତି । ଏହି ଚିତ୍ରରେ ଦେଖିବାକୁ ମିଳିଛି କିପରି ବୃଦ୍ଧ ବ୍ୟକ୍ତିଙ୍କୁ ଘେରି ରହିଛନ୍ତି କିଛି ଯୁବକ । ଯେଉଁମାନେ କି ଏହି ବୃଦ୍ଧାଙ୍କୁ ମାଡ ମାରିଛନ୍ତି । ଫଳରେ ସେ ଭୟଭୀତ ହୋଇଯାଇଛନ୍ତି ।

ଏବଂ କହିଛନ୍ତି ସେ ସାଙ୍ଗରେ ନେଉଥିବା ମାଂସ ଗୋ ମାଂସ ନୁହଁ ଛେଳି ମାଂସ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଆସାରାଫ ମୁନୟାର । ଯିଏକି ଦୁଇଟି ପ୍ଲାଷ୍ଟିକ ବକ୍ସରେ ମାଂସ ନେଇ ଯାତ୍ରା କରୁଥିଲେ । ଏହି ମାଂସକୁ ଦେଖି କିଛି ଯୁବକ ବୃଦ୍ଧ ବ୍ୟକ୍ତିଙ୍କୁ କେଉଁଠି ଯିବ, ସାଙ୍ଗରେ କଣ ନେଇକି ଯାଇଛ,ତମେ କେଉଁଠାରୁ ଆସିଛ,କେତେ ଲୋକ ଏହି ମାଂସକୁ ଖାଇବେ ଏଭଳି ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ବୃଦ୍ଧ ତାଙ୍କ ଝିଅ ଘରକୁ ଯିବା କଥା କହିଥିଲେ ।

ରେଳ କମିଶନର ଏହି ଘଟଣାକୁ ତଦନ୍ତ କରିଛନ୍ତି । ପ୍ରକୃତରେ ଏହା ଗୋମାଂସ କି ନୁହେଁ ତାହା ତଦନ୍ତ କଲା ପରେ ସ୍ପଷ୍ଟ କରାଯିବ । ତେବେ ତାଙ୍କୁ ମାଡ ମାରୁଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜୁଛି ବୋଲି କହିଛନ୍ତି କମିଶନର । ପୋଲିସ ଦୁଇ ଅଭିୟୁକ୍ତଙ୍କୁ ଚିହ୍ନଟ କରିଛି । ଯେଉଁମାନେ ଧୁଲେ ବାସିନ୍ଦା ବୋଲି ଜଣା ପଡିଛି । ସେମାନଙ୍କୁ ଖୋଜିବା ପାଇଁ ଧୁଲେ କୁ ଏକ ପୋଲିସ ଟିମ୍‌ ପଠା ଯାଇଛି ।

You might also like