ଗେମ ସେଣ୍ଟର ବାହାରେ ଭିଡ଼ ଉପରେ ମାଡିଗଲା ଦ୍ରୁତଗାମୀ କାର୍, ୩୫ ମୃତ, ୪୩ ଆହତ

ଗେମ ସେଣ୍ଟର ବାହାରେ ଛିଡା ହୋଇଥିବା ଲୋକଙ୍କ ଉପରେ ଗାଡି ଚଢାଇଦେଲେ ବୃଦ୍ଧ । ଏଥିଯୋଗୁ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି । ଚୀନର ଝୁହୈ ସହରରେ ଏପରି ଘଟଣା ଘଟିଛି ।

ଖବର ମୁତାବକ, ସୋମବାର ସନ୍ଧ୍ୟା ୭.୪୮ ସମୟରେ ଝୁହୈରେ ଗେମ ସେଣ୍ଟର ବାହାରେ ଏକ ଏୟାରଶୋ’ ଖୋଲିବାର କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ଗେମ୍ ସେଣ୍ଟର ବାହାରେ ଅଧିକ  ଛିଡା ହୋଇଥିବା ଲୋକଙ୍କ ଉପରକୁ ହଠାତ୍ ମାଡି ଆସିଲା ଦ୍ରୁତଗାମୀ କାର । କାରକୁ ଜଣେ ୬୨ ବର୍ଷୀୟ ବ୍ୟକ୍ତି ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ପୋଲିସ ତାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ‍ଫାନ । ତେବେ ସେ ଜାଣିଶୁଣି ଗୋଟିଏ ଛୋଟ କାରକୁ ଦ୍ରୁତଗତିରେ ଚଳାଇବା ସହ କ୍ରୀଡ଼ା କେନ୍ଦ୍ର ବାହାରେ ଛଡ଼ା ହୋଇଥିବା ଲୋକଙ୍କ ଉପରେ ମଡ଼ାଇ ଦେଇଥିବା କୁହାଯାଉଛି । ଏଥିଯୋଗୁ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪୩ ଜଣ ଆହତ ହୋଇଛନ୍ତି ।

ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ଆଘାତ ଲାଗିଛି । ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।  ତେବେ ବ୍ୟକ୍ତି ଜଣକ ପତ୍ନୀଙ୍କ ସହିତ ଛାଡପତ୍ର ପରେ ସଂପତ୍ତି ଭାଗବଣ୍ଟାକୁ ନେଇ ବହୁତ ଚିନ୍ତିତ ରହିଥିଲେ । ତେଣୁ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଆଫ୍ରିକା ମହାଦ୍ୱୀପର ଦେଶ ଆଇଭରୀ କୋଷ୍ଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ୧୦ ଜଣ  ଆହତ ହୋଇଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣା ରବିବାର ଦିନ ସୋବ୍ରେ ଏବଂ ଗଗନୋଆ ସହରକୁ ସଂଯୋଗ କରୁଥିବା ରାସ୍ତାରେ ଘଟିଥିଲା ।

You might also like