ଖାଇବାକୁ ଦେଲାନି ପୁଅ, ଭୋକର ଜ୍ବାଳା ସହି ନପାରି ପାଣିକୁ ଡେଇଁପଡିଲେ ବୃଦ୍ଧା . . ଆଖି ଭିଜାଇ ଦେବ ଏହି ମା’ର କାହାଣୀ

ପାଖରେ ଅଛନ୍ତି ପାଞ୍ଚ ପୁଅ । ଅଛି ପର୍ଯ୍ୟାପ୍ତ ସମ୍ପତ୍ତି । ତଥାପି ବୃଦ୍ଧାଙ୍କୁ ମିଳୁନାହିଁ ସାହାରା । ଦିନ ଦିନ ଧରି ରଖାଯାଉଛି ଭୋକିଲା । ଆଉ ଭୋକର ଜ୍ବାଳା ସହିନପାରି ଜୀବନ ହାରିବାକୁ ନିଷ୍ପତ୍ତି ନେଇ ପାଣିକୁ ଡେଇଁ ପଡିଲେ ବୃଦ୍ଧା ଜଣକ । ଏଭଳି ଏକ ଦୁଃଖଦାୟକ ଘଟଣାଟି ଘଟିଛି ଉତ୍ତରପ୍ରଦେଶ ବରେଲୀର । ମହିଳା ଜଣକ ହେଉଛନ୍ତି ବିଲସଂଡା ଥାନା ରୁରିୟାଘୁରିୟା ଗ୍ରାମର ୭୫ ବର୍ଷୀୟା ବୁନ୍ଦା ଦେବୀ ।

ତେବେ ବୃଦ୍ଧାଙ୍କୁ ଡେଇଁବାର ଦେଖି ପାଖରେ ଥିବା ଲୋକମାନେ ଦୌଡିଯାଇ ତାଙ୍କୁ ଉଦ୍ଧାର କରିଥିଲେ । ସୂଚନା ପାଇ ସେଠାରେ ପୋଲିସ ପହଂଚିବାପରେ ବୃଦ୍ଧା ତାଙ୍କୁ ନିଜର ଦୁଃଖ କାହାଣୀ ଶୁଣାଇଥିଲେ । ଏପରି କାହାଣୀ ଶୁଣିଲେ ଯେ କେହିବି ଦୁଃଖରେ ମର୍ମାହତ ହୋଇପଡିବ ।

କିଛି ବର୍ଷ ତଳେ ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଛି । ଏପରିକି ୬ ପୁଅଙ୍କ ମଧ୍ୟରୁ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି । ୩ ବର୍ଷ ପୂର୍ବରୁ ବାକି ପାଞ୍ଚ ଜଣଙ୍କ ମଧ୍ୟରେ ସମ୍ପତ୍ତି ଭଗବଣ୍ଟା ମଧ୍ୟ ହୋଇଯାଇଛି । ତେବେ ନିଷ୍ପତ୍ତି ହୋଇଥିଲା ଯେ ବୃଦ୍ଧାଙ୍କ ଭାଗରେ ଥିବା ସମ୍ପତ୍ତି ଯାହା ପାଖେ ରହିବ ସେ ତାଙ୍କର ଭରଣ ପୋଷଣ କରିବ । କିଛିଦିନ ପର‌୍ୟ୍ୟନ୍ତ ସବୁ ଠିକ ଚାଲିଥିଲା କିନ୍ତୁ ପରେ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଗଲା । ଦିନ ଦିନ ଧରି ତାଙ୍କୁ ଭୋକିଲା ରଖାଯାଉଥିଲା । ଏଥିରେ ମର୍ମାହତ ହୋଇ ସେ ଅତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଥିଲେ । ସବୁ ଶୁଣିଲା ପରେ ପୋଲିସ ପୁଅ ମାନଙ୍କ ଗିରଫ ଦାବିରେ ଯାଇଥିଲେ କିନ୍ତୁ କେହିବି ମିଳିନଥିଲେ ।

କିଛି ସମୟ ପରେ ତାଙ୍କ ତୃତୀୟ ପୁଅ ରାମମୂର୍ତି ତାଙ୍କ ପତ୍ନୀଙ୍କ ସହ ଥାନାକୁ ଆସି ମା’ଙ୍କର ଭରଣ ପୋଷଣ ର ଦାୟିତ୍ୱ ନେବେ ବୋଲି କହିବା ପରେ ତାଙ୍କ ହେପାଜତ ରେ ସେ ବୃଦ୍ଧାଙ୍କୁ ଛାଡିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.