ଭାରତ-ବେଲ୍‌ଜିୟମ୍‌ ମୁକାବିଲାକୁ ଟିଭିରେ ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଟ୍ଵିଟ୍‌ କରି ଦେଲେ ସୂଚନା

ଖେଳର ମହାକୁମ୍ଭ ଅଲମ୍ପିକରେ ଭାରତ ଆଜି ସେମିଫାଇନାଲରେ ବେଲ୍‌ଜିୟମ୍‌ ବିପକ୍ଷରେ ଖେଳୁଛି। ପୂରା ଦେଶ ଏହି ରୋମାଞ୍ଚକ ମ୍ୟାଚ୍‌ ଦେଖୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମ୍ୟାଚ୍‌ ଦେଖୁଥିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।


ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ କରି ଲେଖିଛନ୍ତି, ମୁଁ ଭାରତ ଓ ବେଲ୍‌ଜିୟମ୍‌ର ପୁରୁଷ ହକି ସେମିଫାଇନାଲ ଦେଖୁଛି। ଆମେ ଆମ ଟିମ୍‌ ଓ ତାଙ୍କ କୌଶଳକୁ ନେଇ ଗର୍ବିତ। ସେମାନଙ୍କୁ ବହୁତ ବହୁତ ଶୁଭକାମନା।