ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ନିର୍ବାଚିତ ଘୋଷଣା କଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ । ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ଇଣ୍ଡି ମେଣ୍ଟ ପ୍ରାର୍ଥୀ କେ.ସୁରେଶଙ୍କୁ ହରାଇ ନିର୍ବାଚିତ ହେଲେ ।

ଓମ ବର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଁ ପୁରା ଲୋକସଭା ଭବନକୁ ଧନ୍ୟବାଦ ଜଣାଉଛି ।

ଲୋକସଭା ବାଚସ୍ପତି ନିର୍ବାଚନ ପାଇଁ ଶେଷ ମୁହୂର୍ତ୍ତରେ ଇଣ୍ଡି ମେଣ୍ଟ ପ୍ରାର୍ଥୀ ଦେଇଥିଲା । ତେଣୁ ପ୍ରଥମ ଥର ପାଇଁ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇଥିଲା । ୮ ଥରର କଂଗ୍ରେସ ସାଂସଦ କେ ସୁରେଶଙ୍କୁ ପ୍ରାର୍ଥୀ କରିଥିଲା ଇଣ୍ଡିଆ ମେଣ୍ଟ । ପୂର୍ବରୁ ସବୁବେଳେ ସହମତିରେ ବାଚସ୍ପତି ନିର୍ବାଚିତ ହେଉଥିଲେ । ଏଥର ବାଚସ୍ପତି ପଦବୀକୁ ନେଇ ସହମତି ହୋଇ ପାରିନାହିଁ । ଉପବାଚସ୍ପତି ପଦ ମାଗିଥିଲା ବିରୋଧୀ ଇଣ୍ଡିଆ ମେଣ୍ଟ ।

୨୦୨୪ ନିର୍ବାଚନରେ ଲୋକସଭାରେ ଶାସକ ମେଣ୍ଟର ଆସନ ସଂଖ୍ୟା କମିଥିବା ବେଳେ ସଶକ୍ତ ବିରୋଧୀ ଅଛନ୍ତି । ଲୋକସଭାରେ ବିଜେପି ନେତୃତ୍ବାଧୀନ ଏନଡିଏର ସଦସ୍ୟ ସଂଖ୍ୟା ୨୯୩ । ବିଜେପିର କେବଳ ୨୪୦ ସାଂସଦ ଅଛନ୍ତି । ସେହିପରି ଟିଡିପିର ୧୬ ଓ ଜେଡିୟୁର ୧୨ ସାଂସଦ । ବିରୋଧୀ ଇଣ୍ଡିଆ ଆଲାୟନ୍ସ ଲୋକସଭାରେ ୨୩୩ ଆସନରେ ଜିତିଛି । ଲୋକସଭା ଉପବାଚସ୍ପତି ପଦ ଚାହୁଁଥିଲା ଇଣ୍ଡିଆ ମେଣ୍ଟ । ଉପବାଚସ୍ପତି ପଦ ମିଳିଲେ ବାଚସ୍ପତି ପଦ ରେସରୁ ଓହରିଯିବ ବୋଲି ରାହୁଳ ଗାନ୍ଧୀ କହିଥଲେ । ତେବେ ଏଥିରେ ଶାସକ ଦଳ ରାଜି ନ ହେବାରୁ ପ୍ରଥମ ଥର ବାଚସ୍ପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା ।