ଆଜି ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମର ଅବଦୁଲ୍ଲା, ଯୋଗ ଦେବେ ଇଣ୍ଡିଆ ମେଣ୍ଟର ବହୁ ନେତା

ଆଜି ଶପଥ ନେବେ ଓମର । ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲା । ଶ୍ରୀନଗରରେ ହେବାକୁ ଥିବା ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖରଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଯୋଗ ଦେବେ । ସେମାନଙ୍କ ସହିତ ଇଣ୍ଡିଆ ମେଣ୍ଟର ବହୁ ବରିଷ୍ଠ ନେତା ଶପଥ ଗ୍ରହଣ ସମାରୋହରେ ଭାଗ ନେବ ବୋଲି ସୂଚନା ମିଳିଛି । ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁକଶ୍ମୀରରେ ପ୍ରଥମ ଥର ପାଇଁ ହୋଇଥିବା ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟକୁ ବହୁମତ ମିଳିଥିଲା ।
ରାଜ୍ୟରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ହେବା ପରେ ଏନସି- କଂଗ୍ରେସ ମେଣ୍ଟର ନେତା ଭାବେ ନିର୍ବାଚିତ ଓମର ଅବଦୁଲ୍ଲାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପାଇଁ ଉପରାଜ୍ୟପାଳ ମନୋଜ ସିହ୍ନା ଆମନ୍ତ୍ରଣ ଜଣାଇଥିଲେ । ନିକଟରେ ଶେଷ ହୋଇଥିବା ୯୦ ଆସନ ବିଶିଷ୍ଟ ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ୪୮ଟି ଆସନରେ ବିଜୟୀ ହୋଇଥିଲେ । ବିଜେପି ୨୯ଟି ଆସନରେ ବିଜୟୀ ହୋଇଥିଲା।