କେବଳ ଖୁଚୁରା ପଇସା ଦେଇ କିଣିଲେ Honda Activa, ଗଣିବା ପାଇଁ ଲାଗିଲା ୩ ଘଣ୍ଟାରୁ ଅଧିକ ସମୟ

ସାଧାରଣତଃ ଯଦି କାହାକୁ ଅଧିକ ପଇସା ଦେବା କିମ୍ବା ନେବାର ହୋଇଥାଏ ତାହେଲେ ଲୋକମାନେ କ୍ରେଡିଟ କାର୍ଡ । ଡେବିଟ କାର୍ଡ କିମ୍ବା ଚେକର ବ୍ୟବହାର କରିଥାନ୍ତି । କିନ୍ତୁ ମଧ୍ୟପ୍ରଦେଶରେ ଜଣେ ଏପରି ବ୍ୟକ୍ତି ଅଛନ୍ତି ଯିଏକି ହୋଣ୍ଡା ଆକ୍ଟିଭା ଆଣିବାକୁ ଯାଇ କେବଳ କଏନ ଦ୍ୱାରା ହିଁ ପେମେଣ୍ଟ କରିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଯେ ବ୍ୟକ୍ତି ଜଣକ ୬୭,୪୯୦ଟଙ୍କା ପେମେଣ୍ଟ କଏନ ଦ୍ୱାରା କରିଛନ୍ତି । ତେବେ ଦୋକାନର ଷ୍ଟାଫ ମାନଙ୍କୁ ଏହିସବୁ ମୁଦ୍ରା ଗଣିବା ପାଇଁ ପୁରା ତିନି ଘଣ୍ଟା ଲାଗିଯାଇଥିଲା ।

honda 1

ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ସତନାରେ ରହୁଥିବା ରାକେଶଙ୍କୁ ଏକ ସ୍କୁଟରର ଆବଶ୍ୟକତା ଥିଲା । ଏପରି ସ୍ଥଳେ ସେ ଏକ ହୋଣ୍ଡା ଆକ୍ଟିଭା କିଣିବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ତାପରେ ମୁଦ୍ରାରେ ଭରା ଏକ ବ୍ୟାଗ ଧରି ମହେଶ କୃଷ୍ନା ହୋଣ୍ଡା ଡ଼ିଲରସିପରେ ପହଂଚିଥିଲେ ଓ ସେଠାରେ ପହଂଚି ସେ Activa 125BSVI କିଣିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସେଠାରେ ସେ ୬୭,୪୯୦ ଟଙ୍କା ମୁଦ୍ରା ଦ୍ୱାରା ପେମେଣ୍ଟ କରିଥିଲେ । ଯାହାକୁ ଗଣିବା ପାଇଁ ଦୋକାନର ଷ୍ଟାଫ ମାନଙ୍କୁ ପୁରା ୩ ଘଣ୍ଟା ସମୟ ଲାଗିଥିଲା । ରାକେଶ କହିଥିଲେ ଅନ୍ୟମାନଙ୍କ ଭଳି ମୋ ପରିବାର ପାଇଁ ମଧ୍ୟ ଦୀପାବଳି ବହୁତ ଖାସ ଅଟେ । ଧନତେରସ ଅବସରରେ ଏହା ତାଙ୍କ ନିଜପାଇଁ ଏକ ଉପହାର ଥିଲା ।

ଏହାସହ ପଢନ୍ତୁ ପୋଷା ବିଲେଇ ବଞ୍ଚାଇଲେ ମାଲିକର ଜୀବନ, ଭୟଙ୍କର ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ଦମ୍ପତ୍ତି ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଏହା ଏପରି ପ୍ରଥମ ଘଟଣା ନୁହେଁ, କିଛି ଦିନ ତଳେ ଜଣେ ପୁଅ ନିଜ ମାଙ୍କ ଜନ୍ମଦିନରେ ଏକ ଫ୍ରିଜ ଗିଫ୍ଟ କରିଥିଲେ ଏବଂ ସେ ଏହି ଫ୍ରିଜର ପେମେଣ୍ଟ ୧୪,୦୦୦ ଟଙ୍କା କେବଳ କଏନ ଦ୍ୱାରା ହିଁ କରିଥିଲେ । ଏହା ବ୍ୟତୀତ ଦୁଇ ବର୍ଷ ପୂର୍ବେ ଭାଇଦୂଜରେ ଜଣେ ୧୩ ବର୍ଷର ଭାଇ ନିଜ ଭଉଣୀଙ୍କୁ ସ୍କୁଟି ଉପହାର ଦେଇଥିଲେ ଯେଉଁଥିପାଇଁ ସେ ୬୨,୦୦୦ ଟଙ୍କା କେବଳ କଏନ ଦ୍ୱାରା ହିଁ ପେମେଣ୍ଟ କରିଥିଲେ ।

Leave A Reply

Your email address will not be published.