ଭାରତରେ ଡରାଇପାରେ କରୋନାର ନୂଆ ଭାରିଏଣ୍ଟ ବିଏଫ୍‌ ୭, ଜାଣନ୍ତୁ ଏହାର ଲକ୍ଷଣ, ଏହାକୁ ଥଣ୍ଡା ଜର ଭାବନ୍ତୁ ନାହିଁ

ନୂଆଦିଲ୍ଲୀ : କରୋନା ଭାଇରସ ଏବେ ବି ବିଶ୍ୱରୁ ମ୍‌ୁକ୍ତ ହୋଇନାହିଁ । ତେବେ ଟିକା ପ୍ରଦାନ ପରେ ସଂକ୍ରମଣ କିଛିଟା କମିଛି । ତଥାପି ସମ୍ପୁର୍ଣ୍ଣ କରୋନା ମୁକ୍ତ ହୋଇ ନାହିଁ ବିଶ୍ୱ । କରୋନାକୁ ନିପାତ କରିବା ପାଇଁ ଯେତେ ଟିକା ମେଡିସିନ ଆଦି ବ୍ୟବହାର ହେଉଛି,କରୋନା ଭାଇରସ ସେତେ ସେତେ ତାର କାୟା ବଦଳାଉଛି । ନିକଟରେ ଭାରତ ସହ ଅନ୍ୟ କେତେକ ଦେଶରେ କରୋନାର ଏକ ନୂଆ ଭାରିଏଣ୍ଟ ବିଏଫ୍‌ ୭ ଓ ସବ ଭାରିଏଣ୍ଟ ବିଏ ୫.୧.୭ ସଂକ୍ରମଣ ବହୁ ଜୋରରେ ଆରମ୍ଭ ହୋଇଛି । ଏହାକୁ ପ୍ରଥମେ ଚୀନର ମଙ୍ଗୋଲିଆରେ ଦେଖିବାକୁ ମିଳିଥିଲା । ଏହି ନୂଆ ଭାରିଏଣ୍ଟ ଦ୍ରୁତ ଗତିରେ ସଂକ୍ରମିତ ହେବାକୁ ଲାଗିଛି ।

ଜାଣନ୍ତୁ କ’ଣ ଏହି ନୂଆ ଭାରିଏଣ୍ଟର ଲକ୍ଷଣ

– ଏହା ଓମିକ୍ରନର ସବୁଠୁ ସାଧାରଣ ଲକ୍ଷଣ ଭାବେ ଦେଖାଯାଏ ।

– ଲଗାତାର କାଶ ଲାଗି ରହିବା ।

– ଶୁଣିବାରେ ଅସୁବିଧା ଦେଖାଯିବା ।

– ଛାତିରେ ଦରଜ ଅନୁଭବ କରିବା ।

– କମ୍ପ ଆସିବା ।

– ବାସ୍ନାରେ ପରିବର୍ତ୍ତନ ଅନୁଭବ କରିବା ।

ଏଥିପାଇଁ ଡରିବା ଆବଶ୍ୟକ କି ?

ଏହି ଭାରିଏଣ୍ଟର ଲକ୍ଷଣ କରୋନାର ସାଧାରଣ ଲକ୍ଷଣ ଭଳି ହୋଇଥାଏ । ବେଳେ ବେଳେ ଏହାକୁ ସାଧାରଣ ଜର ଭାବି ଭୁଲ କରନ୍ତୁ ନାହିଁ । ଯଦି ଥଣ୍ଡା ଜର, କାଶ ଦୀର୍ଘଦିନ ଧରି ଲାଗି ରହେ,ତେବେ ଏହାକୁ ସାଧାରଣ ବୋଲି ଭାବିବା କଥା ନୁହେଁ । ଏହି ଭାରିଏଣ୍ଟ ବ୍ୟକ୍ତିର ରୋଗ ପ୍ରତିରୋଧକ କ୍ଷମତାକୁ ଠକି ଦେଇପାରେ । ଯେତେ ସାବଧାନ ହେଲେ ବି ଏହି ଭାରିଏଣ୍ଟର ଟିକି କଣିକା ବି ବ୍ୟକ୍ତିକୁ ସଂକ୍ରମିତ କିରିପାରେ । ତେଣୁ ଏହା ଦ୍ରୁତ ଗତିରେ ସଂକ୍ରମଣ ହେବାର ଆଶଙ୍କା ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.