ଓମିକ୍ରନକୁ ନେଇ ବିଦେଶୀ ବୈଜ୍ଞାନିକଙ୍କ ବଡ ବୟାନ, ସତର୍କ ନ ହେଲେ ହୋଇ ପାରେ ବ୍ରିଟେନ ପରି ପରିସ୍ଥିତି

ବର୍ତ୍ତମାନ ଦେଶରେ କୋଭିଡ ଭାଇରସ ର ଭାରିଏଣ୍ଟ ଓମିକ୍ରନ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଯାହା ପାଇଁ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଲକ ଡାଇନ ମଧ୍ୟ ଘୋଷଣା ସରିଲାଣି କିନ୍ତୁ ଭାରତରେ ଦିନକୁ ଦିନ ବଢୁଥିବା ଓମିକ୍ରନର ସଂଖ୍ୟା କୁ ଦେଖି ଏହା ଉପରେ ରିସର୍ଚ କରି ଏକ ନୂଆ ମନ୍ତବ୍ୟ ଦେଇଛନ୍ତି ବିଦେଶୀ ବୈଜ୍ଞାନିମାନେ । ଏହି ଓମିକ୍ରନର ଲକ୍ଷଣ ଜଣା ପଡୁନଥିବାରୁ ଏହା ଲୋକଙ୍କ ଅଜାଣନ୍ତରେ ଅଧିକ ବ୍ୟାପିବାରେ ଲାଗିଛି । ତେଣୁ ଫରେନ ବୈଜ୍ଞାନିକମାନେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ମଧ୍ୟ ଭାରତ ପାଇଁ କୌଣସି ଭଲ ଖବର ନୁହେଁ । ବିଦେଶୀ ବୈଜ୍ଞାନିକ ପ୍ରଫେସର ପଲ କଟ୍ଟୁମନ୍ କହିଛନ୍ତି ଯେ ଡାଟା ପାଟର୍ନ ରୁ ଜଣା ପଡୁଛି ଯେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢିବାରେ ଲାଗିଛି । ଏହି ଗ୍ରାଫରୁ ପ୍ରଫେସର ଓ ତାଙ୍କ ଟିମ, ବ୍ରିଟେନରେ ହେଉଥିବା କରୋନା କେସ ଉପରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ବ୍ରିଟେନରେ କୋଭିଡ ବଢିବା ଭଳି ବର୍ତ୍ତମାନ ଭାରତର ଅବସ୍ଥା ମଧ୍ୟ ସେମିତି ହେବାକୁ ଯାଉଛି ।
ଭାରତରେ ଅନେକ ରାଜ୍ୟରେ ଓମିକ୍ରନ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ପୁଣି ଏହାକୁ ନେଇ ଯେଁଉ ରିପୋର୍ଟ ଆସିଛି ସେହି ରିପୋର୍ଟ ଅନୁସାରେ ଭାରତ ରେ ଆଗକୁ ଓମିକ୍ରନ ଅଧିକ ବଢିବାରେ ଅଛି । ଏମିତିକି ଦିଲ୍ଲୀ ସମେତ ଅନେକ ବଡ ବଡ ସହରରେ ଓମିକ୍ରନ ଚିନ୍ତା ବଢାଇବାକୁ ଲାଗିଲାଣି । ଗତ ବର୍ଷ ୨୦୨୦ ରେ ହୋଇଥିବା ସଂକ୍ରମଣ ପରି ସମଗ୍ର ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅନେକ ରାଜ୍ୟରେ ଓମିକ୍ରନ୍ ମଧ୍ୟ କାୟା ମେଲାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଓମିକ୍ରନ୍ ଓ ଆମ ଦେଶ ଭାରତକୁ ନେଇ ଏକ ଚିନ୍ତାଜନକ ଖବର ଆସିଛି ।

ରିପୋର୍ଟ ଅନୁଯାୟୀ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ସହିତ ଜଡିତ ଥିବା ଜଜ୍ ବିଜନେସ୍ ସ୍କୁଲର ପ୍ରଫେସର ପଲ୍ କାଟୁମାନ କହିଛନ୍ତି ଯେ, ଭାରତରେ ଅଧିକ ମାତ୍ରାରେ ଓମିକ୍ରନ ର ସଂଖ୍ୟା ବଢିବ । ଏମିତିକି ସବୁ ରାଜ୍ୟର କୋଣଅନୁକୋଣରେ ଏହି ଭାରିଏଣ୍ଟ ଦ୍ୱାରା ଅନେକ ଲୋକେ ପ୍ରଭାବିତ ହେବେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଏବଂ ବ୍ରିଟେନର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଆଣ୍ଡ ସୋସିଆଲ୍ ରିସର୍ଚ୍ଚ ଅନୁସାରେ ଡେଭେଲୋପମେଣ୍ଟ ଇଣ୍ଡିଆ କୋଭିଡ –୧୯ ଟ୍ରେକର ର ରିପୋର୍ଟ ଅନୁଯାୟୀ ଭାରରେ ୧୫ ଟି ରାଜ୍ୟରେ ବଢୁଥିବା କୋଭିଡ କେସ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।
ତେବେ ଯଦି ବର୍ତ୍ତମାନ AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ କରୋନାର ତୃତୀୟ ଲହର ଆସୁଛି,ହେଲେ ଲୋକଙ୍କୁ ଓକ୍ସିଜେନ ଓ ଡାକ୍ତରଖାନା ଯିବାର ସମ୍ଭାବନା ବହୁତ କମ୍ ରହିବ । ଏହା ସହିତ ଡ.ଗୁଲେରିଆ କହିଛନ୍ତି ଅତିତରେ ହୋଇଥିବା ଭୁଲଗୁଡ଼ିକୁ ପୁନରାବୃତ୍ତି କରିବା ଉଚିତ ନୁହେଁ ଏବଂ ସବୁ ସମୟରେ ଆମ ସମସ୍ତଙ୍କୁ ସତର୍କ ରହିବା ଆବଶ୍ୟକ । କାରଣ ଓମିକ୍ରନ କେସ ଅଧିକ ମାତ୍ରାରେ ବଢିବାକୁ ଲାଗିଛି । ପ୍ରଫେସର ପଲ କଟ୍ଟୁମନ୍ କହିଛନ୍ତି ଯେ ଭାରକରେ କୋଭିଡ ସଂକ୍ରମଣକୁ ନେଇ ଯେଉଁ ଡାଟା ପାଟର୍ନ ପ୍ରସ୍ତୁତ କରାଯାଇଛି , ଡାଟା ଅନୁଯାୟୀ ବର୍ତ୍ତମାନ ୨୦୨୦ ଭଳି କୋଭିଡ କେସ ବଢିବାକୁ ଲାଗିଛି । ଏମିତିକି ରିପୋର୍ଟ ଅନୁଯାୟୀ ୨୦୨୧ ମସିହା ଡିସେମ୍ବର ୨୯ ସୁଦ୍ଧା ବିହାର, ଛତିଶଗଡ, ଦିଲ୍ଲୀ, ଗୋଆ, ଗୁଜୁରାଟ, ହରିୟାଣା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶରେ କରୋନାପଜିଟିଭିଟି ରେଟ ୧.୨ ପ୍ରତିଶତ ରୁ ଅଧିକ ବଢିବ।

ପଲ୍ କାଟୁମାନ ଏବଂ ତାଙ୍କ ଅନୁସନ୍ଧାନକାରୀ ଦଳ ସମଗ୍ର ଭାରତରେ ସଂକ୍ରମଣର ଦ୍ରୁତ ଗତି ଉପରେ ନଜର ରଖିଛନ୍ତି। କାଟୁମାନ କହିଛନ୍ତି ଯେ ଡିସେମ୍ବର ୨୫ ପୂର୍ବରୁ କୋଭିଡ ଗ୍ରୋଥ ରେଟ କମ୍ ଥିଲା କିନ୍ତୁ ଡିସେମ୍ବର ୨୯ ପରେ ଏହା ଅଧିକ ବଢିଛି, ଯାହାକି ଚିନ୍ତାର ବିଷୟ । ତେବେ ଏହି ରିପୋର୍ଟ ଦେଖିବା ପରେ ପ୍ରଫେସର କଟ୍ଟୁମନ କହିଛନ୍ତି ଯେ ବ୍ରିଟେନରେ ଯେଉଁପରି ପ୍ରଥମେ କୋଭିଡ ର ପରିସ୍ଥିତି ଅତି ଖରାପ ହୋଇଥିଲା ହୁଏତ ଭାରତ ସରକାର ଯଦି କୋଭିଡକୁ ରୋକିବା ପାଇଁ କୌଣସି ଦୃଢ ପଦକ୍ଷେପ ନ ନିଅନ୍ତି ତେବେ ଭାରତର ଅବସ୍ଥା ମଧ୍ୟ ଠିକ ସେମିତି ହୋଇପାରେ । ତେଣୁ ବ୍ରିଟେନ ପ୍ରଧାନ ମନ୍ତ୍ରୀ ଯେମିତି ନିଜ ଦେଶରେ କୋଭିଡ ରୋକିବା ପାଇଁ ପ୍ରୟାସ କରିଥିଲେ ଠିକ ସେହିପରି କାର୍ଯ୍ୟାନୁଷ୍ଠାନ ଭାରତ ସରକାର ନେବା ଦରକାର ।
ପ୍ରଫେସର କହିଛନ୍ତି ଯେ ଜଜ୍ ବିଜନେସ୍ ସ୍କୁଲର ଏକ ଛୋଟ ଦଳ ମୋର ସହକର୍ମୀ ଷ୍ଟିଫେନ୍ ସ୍କୋଲ୍ଟ୍ସ ତରଫରୁ କରୋନା ମହାମାରୀ ଉପରେ ଏକ ରିସର୍ଚ କରିବା ଆରମ୍ଭ କରିଛନ୍ତି। ଏହାକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଥିଲା । ଯେଉଁଥିରେ ପ୍ରଥମେ ହସ୍ପିଟାଲରେ ଆଡମିଶନ, ଦ୍ୱିତୀୟରେ ଭେଣ୍ଟିଲେଟର ଚାହିଦା ଏବଂ ତୃତୀୟ ମୃତ୍ୟୁ ସଂଖ୍ୟା ବିଷୟରେ ଗବେଷଣା କରାଯାଉଛି ।ଏହା ଦ୍ୱାରା କରୋନା ମହାମାରୀକୁ କିପରି ଆୟତ କରାଯିବ ଓ ଅଧିକ ସଂକ୍ରମଣ ହେବ ନାହିଁ । କିନ୍ତୁ ବର୍ତ୍ତମାନ ଦିଲ୍ଲୀରେ ଯେଉଁ ବେଗରେ କରୋନା ମାମଲା ବଢୁଛି ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ଗତ ୨୪ ଘଣ୍ଟାରେ କହିବାକୁ ଗଲେ ରାଜଧାନୀରେ ୨୭୧୬ ନୂଆ ମାମଲା ରିପୋର୍ଟ ହୋଇଛି, ଯାହାକି ୭ ମାସ ମଧ୍ୟରେ ଅଧିକ ବଢିଛି । ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ଏହା ପୂର୍ବରୁ ୨୦୨୦ ମସିହା କେବଳ ମେ ୨୧ ଗୋଟିଏ ଦିନରେ ହିଁ ୩୦୦୯ କୋଭିଡ କେସ ଦେଖିବାକୁ ମିିଳିଥିଲା କିନ୍ତୁ ଏବେ ମଧ୍ୟ ଦିଲ୍ଲୀରେ କୋଭିଡ କେସ ଅଧିକ ଦେଖିବାକୁ ମିଳିଛି । ବର୍ତ୍ତମାନ ଦିଲ୍ଲୀରେ ୬୩୬ ଟି ସକ୍ରିୟ କରୋନା ମାମଲା ରହିଛି, ପ୍ରାୟ ୭ ମାସ ମଧ୍ୟରେ ଏହା ମଧ୍ୟ ସର୍ବାଧିକ । ଦିଲ୍ଲୀରେ ବର୍ତ୍ତମାନ ହୋମ ଆଇସୋଲେସନ ରେ ୩୨୪୮ ରୋଗୀ ଅଛନ୍ତି। ତେଣୁ ଏବେଠାରୁ ସତର୍କତା ଅବଲମ୍ବନ କରିବା ଦରକାର ।