ଆମେରିକାରେ ଓମିକ୍ରନର ତାଣ୍ଡବ; ଡେଲଟାଠୁ ଅଧିକ ମାରାତ୍ମକ ଓମିକ୍ରନ ଭାରିଆଣ୍ଟ

କେନ୍ଯୁଜ୍: ଆମେରିକାରେ ଓମିକ୍ରନର ତାଣ୍ଡବ। ଡେଲଟା ଠାରୁ ଅଧିକ ମାରାତ୍ମକ ପଡ଼ିଲା ଓମିକ୍ରନ ଭାରିଆଣ୍ଟ। ଦ୍ରୁତ ବେଗରେ ସଂକ୍ରମିତ ଓ କମ ଘାତକ ବୋଲି କୁହାଯାଇଥିଲେ ମଧ୍ୟ ୟୁଏସରେ ହାହାକାର ସୃଷ୍ଟି କରିଛି। ଡେଲଟା ଠାରୁ ଓମିକ୍ରନରେ ଅଧିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତ ବର୍ଷ ନଭେମ୍ବର ୨୪ ତାରିଖରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ଏହା ପରେ ଆମେରିକାରେ ୩କୋଟି ଏକଲକ୍ଷ ୬୩ହଜାର ୬ଶହ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏକଲକ୍ଷ ୫୪ହଜାର ୭୫୦ ସଂକ୍ରମିତ ପ୍ରାଣ ହରାଇଥିଲେ।

କିନ୍ତୁ ୨୦୨୧ ଅଗଷ୍ଟ ୧ରୁ ଅକ୍ଟୋବର ୩୧ ମଧ୍ୟରେ ଡେଲଟା ସଂକ୍ରମଣରେ ଏକ କୋଟି ୯ଲକ୍ଷ ୧୭ହଜାର ୫୯୦ ସଂକ୍ରମିତ ହୋଇଥିବା ବେଳେ ଏକ ଲକ୍ଷ ୩୨ହଜାର ୬୧୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଡେଲଟା ତୁଳନାରେ ଓମିକ୍ରନରେ ୧୭ପ୍ରତିଶତ ଅଧିକ ମୃତ୍ୟୁ ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ରହିଥାଇପାରେ ବୋଲି ମଧ୍ୟ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.