ଭଙ୍ଗା ଟ୍ରାକ ଦେଖିବା ପରେ ଟ୍ରେନ ଆଗରେ ମହିଳା ଦେଖାଇଲେ ପିନ୍ଧାଲୁଗା, ଅଟକିଲା ଟ୍ରେନ, ଅଟକିଲା ଦୁର୍ଘଟଣା

ଉପସ୍ଥିତ ବୁଦ୍ଧି ଓ ଶୀଘ୍ର ପଦକ୍ଷେପ ଯୋଗୁଁ ଉତ୍ତର ପ୍ରଦେଶରେ ଏକ ବଡ ଦୁର୍ଘଟଣାକୁ ରୋକାଯାଇପାରିଛି । ଆଉ ବଡକଥା କଣ ଜାଣନ୍ତି ଏହାକୁ ଅଟକାଇପାରିଛନ୍ତି ଜଣେ ମହିଳା । ବୟସ୍କା ମହିଳା ଜଣକ ଟ୍ରାକରେ ଏକ ଫାଟ ଦେଖିବା ପରେ ନିଜର ନାଲି ପିନ୍ଧା ଶାଢୀ ଦ୍ୱାରା ଟ୍ରେନ ରୋକିବାକୁ ସଂକେତ ଦେଇଥିଲେ । ଆଉ ଏହା ପରେ ମାଡିଆସୁଥିବା ପ୍ୟାସେଞ୍ଚର ଟ୍ରେନଟି କୌଣସି ଦୁର୍ଘଟଣା ପୂର୍ବରୁ ଅଟକି ଯାଇଥିଲା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଖବର ଅନୁସାରେ ଏଥା ଜିଲ୍ଲାର ଆଲାଗର ପୋଲିସ ଷ୍ଟେସନ ଅଧିନରେ ଥିବା ନାଗଲା ଗୁଲେରିଆ ନିକଟରେ ଏହି ଘଟଣା ଘଟିଛି । ଯାହା ଜଣାପଡିଛି ଓମବତୀ ନାମକ ଜଣେ ମହିଳା ଗୁରୁବାର ଦିନ ସକାଳ ପ୍ରାୟ ୮ଟା ସମୟରେ ରେଳ ଟ୍ରାକର କ୍ଷତିଗ୍ରସ୍ତ ଅଂଶ ଦେଖିଥିଲେ । ସେତେବେଳେ ସେ କ୍ଷେତରେ କାମ କରିବାକୁ ଯାଇଥିଲେ । ତେବେ ତାଙ୍କ ଘର ନିକଟରେ ଥିବା ପୋଲ ୩୩-୭୮ ନିକଟରେ ଏହି ଫାଟଟି ଦେଖିଥିଲେ ଓମବତୀ ।

omwati1
Picture credit-Tribune India

ଓମବତୀ ଭାବିଥିଲେ କି ଏଟା ଚୁଣ୍ଡଲା ଯାତ୍ରୀବାହୀ ଟ୍ରେନ ଅତିଶୀଘ୍ର ଏହି ଟ୍ରାକରେ ପହଞ୍ଚିଯିବ । ତେଣୁ ଅତିଶୀଘ୍ର ସେ ତାଙ୍କ ଘରକୁ ଦୌଡି ଆସି ଏକ ଲାଲ ଶାଢୀ ଆଣି ତାକୁ ଦୁଇଟି ବାଡି ଯୋଗେ ଲଗାଇଥିଲେ । ଆଉ ଟ୍ରେନ ଡ୍ରାଇଭରଙ୍କୁ ସଂକେତ ଦେବାକୁ ଚେଷ୍ଠା କରିଥିଲେ । ଏମିତିକି ସେହି ସ୍ଥାନରୁ ଆଗକୁ ବଢିଥିଲେ ବରଂ ପଛକୁ ହଟିନଥିଲେ ଏହି ସାହାସୀ ମହିଳା ଜଣକ । ୧୫୦ଜଣ ଯାତ୍ରୀଙ୍କୁ ନେଇ ଟ୍ରେନଟି କ୍ଷତିଗ୍ରସ୍ତ ସ୍ଥାନ ପହଞ୍ଚିବା ମାତ୍ରେ ମହିଳାଙ୍କ ନାଲି ଶାଢୀ ଉପରେ ନଜର ପଡିଥିଲା । ଶେଷରେ ଟ୍ରେନକୁ ସଫଳତାର ସହ ଅଟକାଇ ଏକ ବଡ ଦୁର୍ଘଟଣାକୁ ରୋକିବାରେ ଏହି ମହିଳାଙ୍କର ଉଦ୍ୟମ ଫଳପ୍ରଦ ହେଲା । କିଛି ଗ୍ରାମବାସୀ ତ ଏପରି କହିତିଲେ କି ଟ୍ରେନ ଏମରଜେନ୍ସି ବ୍ରେକ ନଲଗାଇବା ଯାଏଁ ଓମବତୀ ଟ୍ରେନ ଟ୍ରାକରୁ ହଟିବାକୁ ମନା କରିଦେଇଥିଲେ । ସତରେ ଓମବତୀଙ୍କ ସାହାସିକତା ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଦେଲା ।

ଏହା ବିଷୟରେ ଓମବତୀଙ୍କ ପଚରାଯିବାରୁ ସେ କହିଛନ୍ତି କି ଯଦିଓ ସେ ଅଶିକ୍ଷିତ, କିନ୍ତୁ ସେ ଜାଣନ୍ତି ଯେ ଲାଲ ବିପଦକୁ ସୂଚାଇଥାଏ । ସେ କହିଛନ୍ତି ଯେ ଡ୍ରାଇଭର ତାଙ୍କ ସାହସିକ କାର୍ଯ୍ୟ ପାଇଁ ତାଙ୍କୁ ୧୦୦ଟଙ୍କା ଦେଇଥିଲେ ହେଲେ ସେ ପ୍ରଥମେ ମନା କରିଥିଲେ ବି ପରେ ଗ୍ରହଣ କରିଥିଲେ ।

ଏହି ଘଟଣା ପରେ ବରିଷ୍ଠ ରେଳ ଅଧିକାରୀଙ୍କ ତତ୍ତ୍ୱାବଧାନରେ କ୍ଷତିଗ୍ରସ୍ତ ଟ୍ରାକ ମରାମତି କରାଯାଇଥିଲା । ତାପରେ ଟ୍ରେନକୁ ୪୫ମିନିଟ ଯାଏଁ ରୋକାଯାଇଥିଲା । ପରବର୍ତ୍ତୀ ସମୟରେ ଟ୍ରେନ ଗଡିବାକୁ ଅନୁମତି ଦେଇଥିଲେ ଅଧିକାରୀ । କହିରଖୁଛୁ ନାଗଲ ଗୁଲେରିଆ ଗ୍ରାମ ନିକଟରେ ଟ୍ରାକ ମରାମତି କାର୍ଯ୍ୟ ଚାଲିଥିଲା । ତେଣୁ ଟ୍ରେନ ଷ୍ଟ୍ରେଚ ଉପରେ ୨୦କିଲୋମିଟରରୁ ଅଧିକ ଚଳାଚଳ କରିପାରିବ ନାହିଁ ବୋଲି ପ୍ରୟାଗରାଜ ରେଳ ବିଭାଗର ଜନସଂପର୍କ ଅଧିକାରୀ ଅମିତ ସିଂ କହିଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ କ୍ଷତିଗ୍ରସ୍ତ ଟ୍ରାକରେ ଦୁର୍ଘଟଣା ଘଟିଥାଇ ପାରିଥାନ୍ତା କିନ୍ତୁ ତାହା ସୌଭାଗ୍ୟବଶତ: ବର୍ତ୍ତିଯାଇଛି ଏହି ମହିଲାଙ୍କ ସାହସ ଆଗରେ । ତେଣୁ ଓମବତୀଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଭାରି ପ୍ରଶଂସା କରିଥିଲେ ଏମିତ ସିଂ ।

You might also like